For Quick Alerts
Turn On Notification  
For Daily Alerts
Oneindia App Download

କିଡନୀ ଖରାପ ଥିଲା ତ ବିରିୟାନୀ ଖାଉଥିଲା କେମିତି: ପ୍ରଶ୍ନବାଣ ମାରିଲେ ପ୍ରକାଶ

ଏସସିବିରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ପ୍ରସଙ୍ଗ । ହାଇଦର ଫେରାର ନେଇ ପ୍ରଶ୍ନ ଉଠାଇଲେ ପ୍ରକାଶ ମିଶ୍ର ।

|

କଟକ: ଏସସିବିରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ପ୍ରସଙ୍ଗ । ହାଇଦର ଫେରାର ନେଇ ପ୍ରଶ୍ନ ଉଠାଇଲେ ପ୍ରକାଶ ମିଶ୍ର । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କେମିତି ଅବନତି ଘଟୁଛି ତାହାର ଏହା ଉଦାହରଣ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ।

police DG

ବୁର୍ଲା ମେଡିକାଲ ଥିବା ସତ୍ତ୍ବେ କାହିଁକି ବାରମ୍ବାର ଏସସିବି ଅଣାଯାଇଥିଲା । କଟକରେ ପ୍ରକୃତ ଚିକିତ୍ସା ହେଉଥିଲା କି ନାହିଁ ସ୍ପଷ୍ଟୀକରଣ ମିଳିନି ବୋଲି କହିଛନ୍ତି ପ୍ରକାଶ । ସାଧାରଣ ଲୋକଙ୍କୁ କ୍ୟାବିନ୍ ମିଳୁନଥିବା ବେଳେ ତାକୁ କେମିତି ମିଳିଲା । କ୍ୟାବିନ୍ ପାଇଁ କିଏ ସୁପାରିଶ କରିଥିଲା ତାହା ଜଣାନାହିଁ । ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତି ଏତେ ସମ୍ବେଦନଶୀଳତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ ମିଶ୍ର ।

ହାଇଦର ଫେରାର ଘଟଣାରେ ଗତକାଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସରକାରଙ୍କୁ ଓ ପୁଲିସ୍‌ ବିଭାଗକୁ ଟାର୍ଗେଟ କରିଥିବା ବେଳେ ଆଜି ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ପ୍ରକାଶ ମିଶ୍ର।

"ଯାହାର କିଡନୀ ସମସ୍ୟା ଥିଲା ସେ କେମିତି ବିରିୟାନୀ ଖାଉଥିଲା ? ଫେରାରର ୩ ଘଣ୍ଟା ପରେ ବି ସ୍ଥାନୀୟ ପୋଲିସ ଜାଣିପାରିଲାନି କେମିତି ? ଫେରାର ପଛରେ ଏକ ବଡ ହାତ ରହିଛି । ଜେଲ, ମେଡିକାଲ ଓ ପୋଲିସର ସମନ୍ୱୟ ଅଭାବରୁ ଘଟଣା ଘଟିବ ନାହିଁ । ଏହି ସମନ୍ୱୟ ପଛରେ ଏକ ବଡ ଲୋକର ବଡ ହାତ ଥିବା ସନ୍ଦେହ । ତିନି ବିଭାଗକୁ ସମନ୍ୱୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ଲୋକ କିଏ ?" ଏଥିରୁ ସ୍ପଷ୍ଟ ହେଉଛି ଘଟଣାରେ ବଡ ଧରଣର ଷଡ ଯନ୍ତ୍ର ହୋଇଛି ବୋଲି କହିଛନ୍ତି ପ୍ରକାଶ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
gangster haider escaped: Former police DG Prakash Mishra target state government
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X