Get Updates
Get notified of breaking news, exclusive insights, and must-see stories!

ପୁରୀ ଜିଲ୍ଲାର ବ୍ରହ୍ମଗିରି ବାଲିହରଚଣ୍ଡୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: ୪ ଅଭିଯୁକ୍ତ ଗିରଫ

ପୁରୀ ଜିଲ୍ଲାର ବ୍ରହ୍ମଗିରି ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଚାରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍। ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ପୁଲିସ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଶିବ ସାହୁ, କାଳିଆ ବେହେରା।

ପୀଡ଼ିତା ଗତକାଲି ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିଲା। ଅନ୍ୟପକ୍ଷରେ ପୀଡ଼ିତା ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା।

ଯୁକ୍ତ ତିନି ଦ୍ବିତୀୟ ବର୍ଷର ଏହି ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଗତ ଶନିବାର ମଧ୍ୟାହ୍ନରେ ବାଲି ହରଚଣ୍ଡୀ ପୀଠକୁ ଦର୍ଶନ ନିମନ୍ତେ ଯାଇଥିଲେ। ଏହାପରେ ସେମାନେ ନିକଟରେ ଥିବା ସମୁଦ୍ରକୂଳକୁ ଜଙ୍ଗଲ ଦେଇ ଯାଇଥିଲେ। ସେମାନେ ଜଙ୍ଗଲରେ ବସି କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ଚଣ୍ଡିପୁଟ ଗାଁର କାଳିଆ ବେହେରା ଓ ଶିବ ସାହୁ ପହଞ୍ଚି ଉଭୟଙ୍କୁ ବ୍ଲାକ୍‌ମେଲିଂ କରିଥିଲେ। ଦୈହିକ ସମ୍ପର୍କ ରଖିଛ, ତମ ଘର ଲୋକଙ୍କୁ କହିଦେବୁ ବୋଲି ଧମକ ଓ ଭୟଭୀତ କରାଇ ସେମାନଙ୍କଠାରୁ ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ।

Gang rape of a student in Brahmagiri Baliharchandi Puri district 4 accused arrested

ଏହା ପରେ ସେମାନେ ପୀଡ଼ିତାଙ୍କ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ଆଗରେ କାଳିଆ ଓ ଶିବ ମିଶି ଛାତ୍ରୀଙ୍କୁ ଦୁ‌ଷ୍କର୍ମ କରିଥିଲେ। ସେଠାରୁ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ କୌଣସିପ୍ରକାର ହରଚଣ୍ଡୀ ପୀଠ ନିକଟକୁ ଆସିବା ପରେ ଉଭୟ କାଳିଆ ଓ ଶିବ ସେମାନଙ୍କର ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ ଆହତ ହୋଇଥିଲେ। ଏହାକୁ ନେଇ ଗତକାଲି ନିକଟସ୍ଥ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ସେଭଳି କୌଣସି ଠୋସ୍‌ ଖବର ମିଳିନାହିଁ ବୋଲି ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ କହିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି କାଳିଆ ଓ ଶିବକୁ ଉଠାଇ ନେଇଥିଲା। ସେମାନଙ୍କର ଅନ୍ୟ ଦୁଇ ସାଙ୍ଗକୁ ଧରିବା ପାଇଁ ଜାଲ ବିଛାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+