Get Updates
Get notified of breaking news, exclusive insights, and must-see stories!

ଗଣଦୁଷ୍କର୍ମ ଘଟଣା ମୋତେ ବ୍ୟଥିତ କରିଛି ; ପ୍ରଭାତୀ ପରିଡ଼ା

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍‌ବେଗ ପ୍ରକାଶ । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଏସ୍‌ପିଙ୍କ ସହ ପୁଙ୍ଖାନୁପୁଙ୍ଖ କଥା ହୋଇଛି । ଗଣଦୁଷ୍କର୍ମ ଘଟଣା ମୋତେ ବ୍ୟଥିତ କରିଛି ବୋଲି କହିଲେ ପ୍ରଭାତୀ ପରିଡ଼ା ।

deputy cm pravati parida

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତକାଲି ୭ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଆଜି ୩ ଜଣଙ୍କୁ ଧରିଲା ଗୋପାଳପୁର ପୋଲିସ । ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଆଜି ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିବ ପୋଲିସ । ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା ।

ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।

ଯୁବତୀଙ୍କ ଡାକ୍ତରୀ ମାଇନା ବି କରାଯାଇଛି। କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ସହ ଏଭଳିଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଥିବା କହିଛି ପୋଲିସ । ଅଭିଯୋଗ ହୋଇଥିଲେ ଯେ, ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁ ଯାଇଥିଲେ ଯୁବତୀ । ଏହି ସମୟରେ ୧୦ ଯୁବକ ବାଇକରେ ବେଳାଭୂମିର ନିକାଞ୍ଚନ ଅଞ୍ଚଳକୁ ଆସିଥିଲେ। ସେଠାରେ ସଂପୃକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଫଟୋ ଉଠାଇବା ସହ ଭାଇରାଲ କରିବାର ଭୟ ଦେଖାଇଥିଲେ।

ଭୟଭୀତ ହୋଇ ଯୁବତୀ ଓ ପୁରୁଷ ବନ୍ଧୁ ଜଣଙ୍କ କାକୁତି ମିନତି ହୋଇଥିଲେ ବି ଶୁଣିନଥିଲେ ଦୁର୍ବୃତ୍ତ ।ସଂପୃକ୍ତ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ଠାରୁ କିଛି ଯୁବକ ଟଙ୍କା ଛଡ଼ାଇ ନେଇଥିଲେ ଆଉ କିଛି, ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଆକ୍ରମଣ କରିଥିଲେ। ତାହାରି ଭିତରେ ଅନ୍ୟ କିଛି ଯୁବକ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଖସିଯାଇଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଛି । ଏହି ମାମଲାରେ ଆଜି ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+