ସମ୍ବଲପୁରରେ ଲଜ୍ଜ୍ୟା .... ଲିଫ୍ଟ ଦେଇ ଗଣଦୁଷ୍କର୍ମ
ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ । ସମ୍ବଲପୁରରେ ଚାଞ୍ଚଲ୍ୟ ।ଘରେ ଛାଡ଼ିଦେବାକୁ କହି ବାମରା ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗୋବିନ୍ଦପୁର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଗାଡିରେ ଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ୩ ଜଣ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗୋବିନ୍ଦପୁର ଥାନା ପୁଲିସ ଅଟକ ରଖିଛି।
ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ଗୋଟେ ବେଳେ ଟାଙ୍ଗରମୁଣ୍ଡାରେ ଗାଡ଼ି ଫେଲ ହେବାରୁ ଯୁବତୀ ଜଣଙ୍କ ଚାଲି ଚାଲି ବାମରା ଆଡ଼କୁ ଆସୁଥିଲେ। ତେବେ ଏତିକି ବେଳେ ବାମରା ପାର୍ଶ୍ବରୁ ବାଇକରେ ଆସୁଥିବା ୨ ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଦେଖି ସେଠାରେ ଗାଡ଼ି ଅଟକାଇ କୁଆଡ଼େ ଯିବ ବୋଲି ପଚାରିଥିଲେ।

ଯୁବତୀ ଜଣଙ୍କ କହିଥିଲେ ଯେ ସାହାଜବାହାଲରେ ମାଉସୀ ଘର ଅଛି ସେଠାରେ ଛାଡ଼ିଦେଲେ ଭଲ ହେବ। ଏହା ପରେ ଦୁଇ ଯୁବକ କହିଥିଲେ ଯେ ଆମେ ମଧ୍ୟ ସେ ଅଞ୍ଚଳକୁ ଯାଉଛୁ କହି ତାଙ୍କୁ ବାଇକରେ ବସାଇଥିଲେ। ରାସ୍ତାରେ ମହୁଲଛାପଲ ଫାଟକଠାରେ ଜଣେ ଯୁବକ ବାଇକରୁ ଓହ୍ଲାଇ ଯାଇଥିଲା।
ତେବେ ଅନ୍ୟ ଯୁବକ ଜଣଙ୍କ ସାହାଜବାହାଲ ଯିବା ପରିବର୍ତ୍ତେ ମହାବୀର ପାହାଡ଼କୁ ନେଇ ସେଠାରେ ଥିବା ଏକ ପରିତ୍ୟକ୍ତ ଘରେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ତିନି ଅଭିଯୁକ୍ତଙ୍କୁ ଅଟକ ରଖି ଛାନବିନ୍ ଚଳାଇଛି ପୋଲିସ ।












Click it and Unblock the Notifications