ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ ; ଜଣେ ମୃତ , ଅନ୍ୟ ଜଣେ ଗୁରୁତର

ଗଣେଶ ଭସାଣି ବେଳେ ଅଘଟଣ। ଭସାଣି ପାଇଁ ନଦୀକୁ ଯାଇଥିବା ବୁଡ଼ିଗଲେ ଛାତ୍ର। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା। ତିର୍ତ୍ତୋଲର ଏକ ଘରୋଇ କୋଚିଂ ସେଣ୍ଟରର କିଛି ଛାତ୍ର ବୃଦ୍ଧା ନଦୀକୁ ଗଣେଶ ବିସର୍ଜନ ଯାଇଥିଲେ।

One Dead

ଏହି ସମୟରେ ନଦୀ ଭିତରକୁ ତିନିଜଣଙ୍କ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନିଜଣକୁ ନଦୀ ଭିତରୁ ଉଦ୍ଧାର କରାଯାଇଥିଲା। ତେବେ ଜଣଙ୍କ ଅବସ୍ଥା ଭଲ ଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ତେବେ ଅନ୍ୟ ଜଣେ ଯୁବକ ପାଣି ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଛାତ୍ର ଜଣକ ହେଲେ ମଙ୍ଗରାଜପୁର ଗ୍ରାମର ରିତେଶ ସ୍ୱାଇଁ । ସେ ଆଦିକବି ଶାରଳା ଦାସ କଲେଜର ଯୁକ୍ତ ଦୁଇରେ ପାଠ ପଢ଼ନ୍ତି। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+