ରାଜଧାନୀରେ ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା, ସୂଚନା ଦେଲେ ବିଏମସି କମିଶନର

Ganesh Puja 2022:ରାଜଧାନୀରେ ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା, ସୂଚନା ଦେଲେ ବିଏମସି କମିଶନର .Ganesh Puja In Bhubaneswar, Prepares 2 Temporary Ponds For Idol Immersion By BMC

ଭୁବନେଶ୍ୱର: ଏଥର ରାଜଧାନୀରେ ହେବ କଟକଣା ମୁକ୍ତ ଗଣେଶ ପୂଜା । ଆଉ ପରଦା ଆଢ଼ୁଆଳରେ ନୁହେଁ ଭକ୍ତ କରିବେ ସିଧାସଳଖ ଦର୍ଶନ । ତେବେ ଚଳିତ ବର୍ଷ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଏପରିକି ସଂକ୍ରମଣ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଯାହାକୁ ନଜରରେ ରଖି ଚଳିତ ବର୍ଷ ଗଣେଶ ପୂଜାରେ କୋଭିଡ୍ କଟକଣା ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ରାଜଧାନୀରେ ଏଥର ଶତାଧିକ ଲୋକ ଗଣେଶ ପୂଜାରେ ସାମିଲ ହୋଇପାରିବେ । ହେଲେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ BMC କମିଶନର ପରାମର୍ଶ ଦେଇଛନ୍ତି ।

Ganesh

ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ କୂଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ସେଥିରେ ହିଁ ସମସ୍ତ ମୂର୍ତ୍ତି ବିସର୍ଜନ କରିବା ପାଇଁ ଅପିଲ୍ କରିଛନ୍ତି ବିଏମସି କମିଶନର । ତେବେ ଚଳିତବର୍ଷ ଭୁବନେଶ୍ୱରରେ ୫୦ରୁ ଅଧିକ ମଣ୍ଡପରେ ଠାକୁର ପୂଜା ପାଇବେ । ତେବେ କରୋନା ପାଇଁ ଗତ ଦୁଇବର୍ଷ ଧରି ବିନା ଭକ୍ତରେ ପୂଜା ହେଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+