ଭକ୍ତଙ୍କ ଗହଣରେ ଏଥର ହେବ ଗଣେଶ ପୂଜା, ଗାଇଡଲାଇନ ମାନିବାକୁ BMCର ଅନୁରୋଧ
ଦୁଇ ବର୍ଷର କୋରୋନା କଟକଣା ପରେ ରାଜଧାନୀରେ ଧୁମଧାମରେ ଗଣେଶ ପୂଜା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ପୂଜା କମିଟି । ମଣ୍ଡପ ଗୁଡ଼ିକରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ କରିପାରିବେ ଦର୍ଶନ ।
ଭୁବନେଶ୍ବର: ଦୁଇ ବର୍ଷର କୋରୋନା କଟକଣା ପରେ ରାଜଧାନୀରେ ଧୁମଧାମରେ ଗଣେଶ ପୂଜା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ପୂଜା କମିଟି । ମଣ୍ଡପ ଗୁଡ଼ିକରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ କରିପାରିବେ ଦର୍ଶନ । ଆସନ୍ତା ବୁଧବାର ହେଉଛି ଗଶେଶ ଚର୍ତୁଥୀ। ପୂଜା ପାଇବେ ବିଘ୍ନ ବିନାଶକ।

୨ ବର୍ଷର କରୋନା କଟକଣା ପରେ ବିନା ବାଧାରେ ଭକ୍ତଙ୍କୁ ଦର୍ଶନ ଦେବେ ଗଜାନନ । କଟକଣା ହଟିଥିଲେ ବି ମାସ୍କ, ସାମାଜିକ ଦୂରତା ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ବିଏମସି କମିଶନର । ପୂର୍ବବର୍ଷ ଅପେକ୍ଷା ବର୍ତ୍ତମାନ ପରିସ୍ଥିତି ବଦଳି ଥିବାରୁ ଗଣେଶ ପୂଜାରେ କୋଭିଡ କଟକଣା ରହିବ ନାହିଁ । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ଗଣେଶ ପୂଜା ।
ତେବେ କୋଭିଡ କଟକଣା ହଟିଥିଲେ ମଧ୍ୟ ସଂକ୍ରମଣ ଭୟ ଟଳି ନଥିବାରୁ ବିଏମସି ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯାଇଛି । ପୂଜା ସମୟରେ ଭକ୍ତ ଓ କମିଟି ସଦସ୍ୟମାନଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, "ସମସ୍ତେ ପୂଜା ମଣ୍ଡପକୁ ଯିବା ବେଳେ ସାଙ୍ଗରେ ମାସ୍କ ନେଇ ଯିବାକୁ ଅନୁରୋଧ । ପୂଜା କମିଟି ମାନେ ମଣ୍ଡପ ନିକଟରେ ସାନିଟାଇଜରର ବ୍ୟବସ୍ଥା କରନ୍ତୁ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଡଷ୍ଟବିନର ବ୍ୟବହାର କରନ୍ତୁ । ପୂଜା ସରିବା ପରେ ସେଥିରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ହିଁ ପକାନ୍ତୁ ।" ତେବେ ସରକାରଙ୍କ ତରଫରୁ କୌଣସି ନିୟମ ବାଧ୍ୟତାମୂଳକ ହୋଇ ନଥିଲେ ମଧ୍ୟ ସମସ୍ତେ ନିଜର ଦାୟିତ୍ବବୋଧ ଅନୁସାରେ ସଜାଗ ରହିବାକୁ ଅନୁରୋଧ କରିଛନ୍ତି କମିଶନର ।












Click it and Unblock the Notifications