Get Updates
Get notified of breaking news, exclusive insights, and must-see stories!

ନଦୀରେ ମୂର୍ତ୍ତି ବିସର୍ଜନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ: ବିଏମସି

ନଦୀରେ ମୂର୍ତ୍ତି ବିସର୍ଜନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବିଏମ୍ସି । ଆବଶ୍ୟକ ପଡିଲେ ଅନୁଷ୍ଠାନଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ । ଏ ନେଇ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଅସ୍ଥାୟୀ ପୋଖରୀ କରାଯାଇଛି ।

ପ୍ରତିବର୍ଷ କୁଆଖାଇ ଏବଂ ଦୟା ନଦୀରେ ବହୁ ମୂର୍ତ୍ତି ବିସର୍ଜନ ହେଉଛି । ମୂର୍ତ୍ତିରେ ବ୍ୟବହୃତ ନଡା ଓ କେମିକାଲ ପାଣିରେ ମିଶିବା ଦ୍ୱାରା ଜଳ ପ୍ରଦୂଷଣ ହେଉଛି ।

ganesh puja 2024

ଏହାକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ପୋଖରୀର ଚତୁ ପାଶ୍ୱର୍ରେ ଜରି ଦିଆଯାଇଛି । ବଡ ବଡ ମୂର୍ତ୍ତିଗୁଡିକୁ ହାଇଡ୍ରା ସହାୟତାରେ ଗାଡିରୁ ଉଠାଇ ପୋଖରୀରେ ବିସର୍ଜନ କରାଯିବାର ବ୍ୟବସ୍ଥା କରାଯାଇଛି । ଅଧିକାଂଶ ମୂର୍ତ୍ତି ରାତିରେ ବିସର୍ଜନ ହେଉଥିବାରୁ ଦୁର୍ଘଟଣାକୁ ଏଡାଇବା ପାଇଁ ପୋଖରୀ ଚାରିପାଖକୁ ଆଲୋକୀକରଣ କରାଯାଇଛି । ଟଙ୍କପାଣି ବ୍ରିଜ୍ ନିକଟରେ ଗୋଟିଏ ଅସ୍ଥାୟୀ ପୋଖରୀ ଖୋଳାଯାଇଛି ।

ଏହି ପୋଖରୀର ଦୈର୍ଘ୍ୟ ୨୬ ମିଟର, ପ୍ରସ୍ଥ ୧୬ ମିଟର ହୋଇଥିବା ବେଳେ ଏହାର ଗଭୀରତା ୩ ମିଟର ରହିଛି । ସେହିପରି ଦୟାନଦୀ କୂଳରେ ହୋଇଥିବା ପୋଖରୀର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୨୫ ଏବଂ ୧୨ ମିଟର ହୋଇଥିବା ବେଳେ କୁଆଖାଇ ନଦୀକୂଳରେ ୧୬ ମିଟର ଦୈର୍ଘ୍ୟ ଓ ୧୦ ମିଟର ଓସାରର ପୋଖରୀ ଖନନ କରାଯାଇଛି । ସମସ୍ତଙ୍କର ଗଭୀରତା ପ୍ରାୟ ସମାନ ରହିଛି । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ, ଗଣେଶ ପୂଜା ମଣ୍ଡପ, ବିଭିନ୍ନ ଅନୁଷ୍ଠାନ ଓ କ୍ଲବର କର୍ମକର୍ତ୍ତାଙ୍କ ସହ ଜନସାଧାରଣ ଏହି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବିଏମ୍ସି ପକ୍ଷରୁ ଅନୁରୋଧ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+