Ganesh Puja 2024: ରାତି ପାହିଲେ ଗଣେଶ ପୂଜା; ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ
ରାତି ପାହିଲେ ଗଣେଶ ପୂଜା । ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ପ୍ରତି ଛକରେ ପୂଜା ପେଣ୍ଡାଲ ସଜା ଚାଲିଥିବାବେଳେ କାରିଗରର ଶେଷ ସ୍ପର୍ଶ ଅପେକ୍ଷାରେ ମୂର୍ତ୍ତି ।
ରଙ୍ଗ ବେରଙ୍ଗରେ ସଜାଯାଉଛି ମୂର୍ତ୍ତି ଗୁଡ଼ିକୁ । ଖାଲି ରଙ୍ଗ ନୁହଁ ତାଳ ପତ୍ର, ସ୍ପ୍ରୀଂ ଆଦି ବିଭିନ୍ନ ଉପଦାନରେ ମୂର୍ତ୍ତି ଗଢୁଛନ୍ତି କାରିଗର । ଛୋଟ ମୂର୍ତ୍ତି ପାଖରୁ ଆରମ୍ଭ କରି ବଡ଼ ବଡ଼ ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର । କେଉଁଠି ରଙ୍ଗ ଲଗାଯାଉଛି ତ କେଉଁଠି ଅଳଙ୍କାରରେ ସଜା ଚାଲିଛି । ସମସ୍ତେ ବ୍ୟସ୍ତ ମୂର୍ତ୍ତି ଗଢିବାରେ । ମାଟିର ମୂର୍ତ୍ତିକୁ ଜୀବନ୍ତ କରି ସେଥିରେ ଶେଷ ସ୍ପର୍ଷ ଦେଉଛନ୍ତି ଶିଳ୍ପୀ । ମାଟିରେ ପ୍ରସ୍ତୁତି ଚାଲିଛି ବିଭିନ୍ନ ମୂର୍ତ୍ତୀ ।ହାତର ଯାଦୁଗରୀ ସ୍ପର୍ଶରେ ଜୀବନ୍ତ ହେଉଛି ମାଟିର ମୂର୍ତ୍ତୀ । ରାତି ପହିଲେ ଧରା ପୃଷ୍ଟକୁ ଆସିବେ ଗଜାନନ। ଏବେ ଚଳ ଚଞ୍ଚଳ ମୂର୍ତ୍ତି କାରିଗର। କାଲି ପୂଜା ପାଇବେ ଗଜାନନ। ସ୍କୁଲ ଠାରୁ ଆରମ୍ଭ କଲେ କଲେଜ ଆଉ ବଜାରର ବି ଭାରି ଭିଡ ।

ନାମର ବିଶେଷତା
ଶ୍ରୀଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ।
ଅବତାର
ଗଣେଶ ଆଦିଦେବ ଭାବରେ ପରିଚିତ।ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ।
- ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ।
- ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ଵୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।
- ଦ୍ଵାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ।
- କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications