ଗଣେଶ ପୂଜା ପାଇଁ ଦୁଲୁକୁଛି ଜଟଣୀ: ପୂଜା ପେଣ୍ଡାଲରେ ଅଗ୍ରପୂଜ୍ୟଙ୍କୁ ଦର୍ଶନ ସହ ମିନାବଜାରରେ ମନୋରଞ୍ଜନ
ଗଣେଶ ପୂଜାକୁ ନେଇ ଜଟଣୀ ଦୁଲୁକୁଛି । ଲୋକମାନଙ୍କର ଖଚାଖଚ ଭିଡ । ବିଭିନ୍ନ ସ୍ଥାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । କଳାକାରମାନଙ୍କ ନାଚ ଗୀତରେ ଉଠୁଛି ପଡୁଛି ଜଟଣୀ । ଲୋକମାନଙ୍କ ଭିଡ ଯାତ୍ରା ହଲ ଓ ମିନା ବଜାର ପଡିଆରେ। ଏଠାରେ ପାରମ୍ପରିକ ନିତିକାନ୍ତି ଅନୁସାରେ ପୂଜାପର୍ବ ଓ ଭୋଗରାଗ ଲାଗି କରାଯାଇଥାଏ ।
ତିନିଶହରୁ ଅଧିକ ପେଣ୍ଡାଲରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ପ୍ରଭୂ ଗଜାନନ। ବିଭିନ୍ନ ଡିଜାଇନର ସୁଉଚ୍ଚ ତୋରଣ ସହିତ ଆକର୍ଷିତ କରିବା ଭଳି ଆଲୋକ ସଜ୍ଜା ସତେ ଲାଗୁଛି ଜଟଣୀ ନୂଆ ବଧୁବେଶରେ ସଜେଇ ହୋଇଛି । ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାପାଇଁ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ସାସ୍କୃତିକ ଲୋକକଳା, ଦୋଳି, ଅପେରାପାର୍ଟି ମୀନାବଜାର ପଡ଼ିଛି ।
ପୂଜା ମଣ୍ଡପରେ ରଙ୍ଗିନ୍ ଆଲୋକ ଭିତରେ ବିଗ୍ରହମାନେ ବେଶ୍ ସୁନ୍ଦର ଦେଖାଯାଉଥିବା ବେଳେ ସବୁ ତୋରଣର ଆଖି ଝଲସା ଲାଇଟ୍ ସହରର ରାଜରାସ୍ତାକୁ ଝଲମଲ କରୁଛି । ସନ୍ଧ୍ୟାରେ ପାଲା ସାଙ୍ଗକୁ ରାତିରେ ଅପେରା ପ୍ରତିଯୋଗିତା ଗହଳଚହଳକୁ ବଢ଼ାଉଛି ।

ଲୋକେ ବୁଲିବା ସହ ବିଭିନ୍ନ ସ୍ଥାନରେ ମେଲୋଡି, ପାରମ୍ପରିକ ଲୋକ ନୃତ୍ୟକୁ ମନଭରି ଉପଭୋଗ କରୁଛନ୍ତି । ଆଖପାଖ ଜିଲ୍ଲାରୁ ବହୁ ଲୋକେ ଆସୁଛନ୍ତି । ଚଳିତ ବର୍ଷ ୭ଗୋଟି ପାର୍ଟି ପଡ଼ିଛି ।
ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ମଣ୍ଡପ ନିକଟରେ ଏଲ୍ଇଡି ଲାଇଟ୍ରେ ବାଘ, ଭାଲୁ, ବଣମଣିଷ, ପଶୁପକ୍ଷୀଙ୍କ ଆନିମେସନ୍ କାର୍ଟୁନ୍ ପୂଜା ମାହୋଲ୍କୁ ଆହୁରି ସରସ ସୁନ୍ଦର କରୁଛି । ମଣ୍ଡପମାନଙ୍କରେ ଆଧ୍ୟାତ୍ମ ପରିବେଶରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମେଳା ପଡ଼ିଆମାନଙ୍କରେ ମନୋରଞ୍ଜନ ଲାଗି ଅଧିକ ଭିଡ଼ ଦେଖିବାକୁ ମିଳୁଛି।
ଗଣେଶ ପୂଜା ପାଇଁ ସହରରେ ବ୍ୟାପକ ଆୟୋଜନ ହୋଇଛି । ପ୍ରତ୍ୟେକ ପୂଜା ପେଣ୍ଡାଲରେ ଅଗ୍ରପୂଜ୍ୟଙ୍କୁ ଦର୍ଶନ କରୁଛନ୍ତି । ଆଉ ଦୁଇ ଦିନ ପରେ ଅଗ୍ରପୂଜ୍ୟ ଗଜାନନ ମେଲାଣି ନେବେ । ତେବେ ଜଲଦି ଦିନ ସରିଯାଉଥିବାରୁ କିଛି ସମୟ ନ ଅତିବାହିତ କରି ମନୋରଞ୍ଜନ କରିଚାଲିଛନ୍ତି ।












Click it and Unblock the Notifications