Get Updates
Get notified of breaking news, exclusive insights, and must-see stories!

ରାତି ପହିଲେ ଗଣେଷ ପୂଜା; ଚଳ ଚଞ୍ଚଳ ଜଟଣୀ ସହର

ଏଥର ଜଟଣୀରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଦୁଇ ବର୍ଷ ପରେ ପୁଣି ପୂଜା ବଜାରରେ ଦେଖିବାକୁ ମିଳିବ ଗହଳି । ସାରା ଜଟଣୀ ଚଳ ଚଞ୍ଚଳ । ଏବେ ଠାରୁ ଘରକୁ କୁଣିଆ ଆସିଲେଣି । ଲୋକଙ୍କ ଗହଳି ବି ଜମିଲାଣି । ସାରା ଜଟଣୀ ବଜାର ବି ପଡୁଛି ଉଠୁଛି । ପୂଜା ପାଇବେ ବିଘ୍ନ

ଖୋର୍ଦ୍ଧା: ଏଥର ଜଟଣୀରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଦୁଇ ବର୍ଷ ପରେ ପୁଣି ପୂଜା ବଜାରରେ ଦେଖିବାକୁ ମିଳିବ ଗହଳି । ସାରା ଜଟଣୀ ଚଳ ଚଞ୍ଚଳ । ଏବେ ଠାରୁ ଘରକୁ କୁଣିଆ ଆସିଲେଣି । ଲୋକଙ୍କ ଗହଳି ବି ଜମିଲାଣି । ସାରା ଜଟଣୀ ବଜାର ବି ପଡୁଛି ଉଠୁଛି । ପୂଜା ପାଇବେ ବିଘ୍ନ ବିନାଶକ । ପ୍ରତି ଛକରେ ମିନାବଜାର । ଭଳିକି ଭଳି ଖେଳନା ଦୋକାନ ଚାରିଆଡେ ଦେଖିବାକୁ ମିଳିଲାଣି । ସବୁଠି ଭକ୍ତି ଆଉ ଭାବର ଆସର । ଏଥର ଅନେକ ଦୂରରୁ ବେପାରୀ ମାନେ ଆସି ଦୋକାନ ପକାଇଛନ୍ତି ।

Ganesh Chaturthi

ଚଳିତବର୍ଷ ପ୍ରତିଯୋଗୀତାଭାବେ ପୂଜା ମଣ୍ଡପରେ ଗଜାନନ ତଥା ଜ୍ଞାନଦାତ୍ରା ପୂଜା ପାଇବେ । ରାଜ୍ୟ ଓ ରାଜ୍ୟ ବାହାରୁ କାରୀଗରମାନେ ଆସି ଦିର୍ଘ ଏକମାସ ପୁର୍ବରୁ ମୂର୍ତ୍ତି ପ୍ରସ୍ତୁତକରି ବର୍ତ୍ତମାନ ସମୟରେ ସେମାନଙ୍କ ନିଖୁଣ କଳାଶିକୁ ଚୂଡାନ୍ତ ପର୍ଯ୍ୟାୟରେ ପହଁଚାଇବାର ଦେଖୁବାକୁ ମିଳିଛି । ବିଭିନ୍ନ ଆଲୋକସଜ୍ଜା ପାଇଁ କୋଲକତା, କଟକ, ଭୁବନେଶ୍ୱର, ପୁରୀ, ନିମାପଡ଼ା ଓ ଆଖପାଖ ଅଞ୍ଚଳର କାରିଗରମାନେ କାମ ଆରମ୍ଭ କରିସାରିଛନ୍ତି । ଅନ୍ୟ ପକ୍ଷରେ ଜଟଣୀ ସହରର ପ୍ରମୁଖ ପୂଜା ମଣ୍ଡପ ମଧ୍ୟରେ ଆକର୍ଷଣୀୟ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇ ସାରିଛି । ପ୍ରତିବର୍ଷ ୧୩ରୁ ଅଧିକ ମୂଖ୍ୟ ମଣ୍ଡପରେ ପୂଜାର ଆୟୋଜନ କରାଯାଉଥିବା ବେଳେ ଚଳିତବର୍ଷ ଆହୁରି କେତୋଟି ପୂଜା ମଣ୍ଡପ ଜାକଜମକରେ ପୂଜାର ଆୟୋଜନ କରୁଛନ୍ତି । ଏହା ସହିତ ଛୋଟବଡ଼ ଅନେକ ପୂଜା ପେଣ୍ଡାଲ୍ ଜଟଣୀ ସହରର ବିଭିନ୍ନ ଗଳିକନ୍ଦିରେ ଆୟୋଜନ ହେବ । ସମୁହଙ୍କ ପ୍ରସ୍ତୁତିରେ ଜଟଣୀର ପ୍ରମୁଖ ଗଣେଶ ପୂଜା କିପରି ସରସ ସୁନ୍ଦର ହେବ ସେନେଇ ସ୍ଵତନ୍ତ୍ର କମିଟି ଏବଂ ବ୍ୟବସାୟମାନେ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଜଟଣୀ ଓ ଏହାର ଆଖପାଖ ଅଂଚଳରୁ ପୂଜା କମିଟି ପକ୍ଷରୁ ଜଟଣୀର ବିଭିନ୍ନ ଅଞ୍ଚଳରେ ମୁଭି କାରୀଗରମାନଙ୍କୁ ଅଗ୍ରୀମ ଦେଇ ମୁୟମୁକ୍ତି ପାଇବାଲାଗି ଅପେକ୍ଷାରେ ରହିଛନ୍ତି ।

ସାରା ଜଟଣୀ ସହରରେ ପାଖପାଖି 40ଟି ମେଢ଼ ଶୋଭା ପାଇବ । ସେହିପରି ଛୋଟ ବଡ଼ ମୂର୍ତ୍ତି ହୋଇ 300ରୁ ଅଧିକ ମୂର୍ତ୍ତି ପୂଜା ପାଇବ। ପୂଜା ସାଙ୍ଗକୁ ମେଲୋଡି ଆଉ ଯାତ୍ରା ଦେଖିବାକୁ ବି ଜମିବ ଭିଡ଼ । 3ଟି ସ୍ଥାନରେ ମିନା ବଜାର ପଡ଼ିବାକୁ ଥିବା ବେଳେ 4ରୁ ଅଧିକ ଯାତ୍ରା ଦେଖିବାକୁ ମିଳିବ । ସୀତାରମ ଛକ, ମାଲ ଗୋଦାମ ଚକ ଆଦିରେ ବଡ଼ ମୂର୍ତ୍ତି ଶୋଭା ପାଇବା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+