ପୁରୀ ବେଳାଭୂମିରେ ଗଜାନନଙ୍କ ବାଲୁକା କଳା, ଦେଖନ୍ତୁ
ପୁରୀ ବେଳାଭୂମିରେ ବାଲି ଓ ଲଡୁରେ ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ମୂର୍ତ୍ତି ନିର୍ମାଣ ପାଇଁ ସୁଦର୍ଶନ 3425ଟି ଲଡୁ ଓ ବାଲିର ବ୍ୟବହାର କରିଛନ୍ତି ।
ପୁରୀ: ଆଜି ପବିତ୍ର ଗଣେଶ ପୂଜା । ଏନେଇ ଉତ୍ସବମୁଖର ପୁରପଲ୍ଲୀ । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ସବୁଠି ଚାଲିଛି ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ଗଣନାଥଙ୍କ ପୂଜା ଉତ୍ସବ । ସାରା ରାଜ୍ୟରେ ପାଳନ କରାଯାଉଛି ପୂଜା ।

ଏହି ଅବସରରେ ପୁରୀ ବେଳାଭୂମିରେ ବାଲି ଓ ଲଡୁରେ ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ମୂର୍ତ୍ତି ନିର୍ମାଣ ପାଇଁ ସୁଦର୍ଶନ 3425ଟି ଲଡୁ ଓ ବାଲିର ବ୍ୟବହାର କରିଛନ୍ତି । ଗଜାନନଙ୍କ ଏହି ବାଲୁକା ଚିତ୍ରକଳା କରି ରାଜ୍ୟବାସୀଙ୍କୁ ପୂଜାର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଏହାକୁ ଦେଖିବା ପାଇଁ ଜମିଛି ଲୋକଙ୍କ ଭିଡ । ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି କଳା ଆକୃଷ୍ଟ କରୁଛି ।
ଚଳିତ ଥର କୋଭିଡ କଟକଣା ନଥିବାରୁ ପୁରୀ ବେଳାଭୂମିରେ 6ଫୁଟର ଏହି ବିଶାଳ ବାଲୁକା କଳା କରି ନିଆରା ଢଙ୍ଗରେ ଶୁଭେଛା ଜଣାଇଛନ୍ତି ଶିଳ୍ପୀ ସୁଦର୍ଶନ । ଏହି ମୂର୍ତ୍ତି ନିକଟରେ ଦୁଇଟି ହାତୀ ପ୍ରତିକୃତି ମଧ୍ୟ କରାଯାଇଛି। ଗଣେଶ ପୂଜା ସହିତ ଏହି ହାତୀ ଚିତ୍ରକଳା ଜରିଆରେ ହାତୀର ସୁରକ୍ଷା, ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ଶିଳ୍ପୀ । ବାଲିକା ଶିଳ୍ପୀ ବିଶ୍ୱର 60 ରୁ ଅଧିକ ଆନ୍ତର୍ଜାତୀୟ ବାଲି କଳା ଉତ୍ସବ ଏବଂ ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରିଛନ୍ତି । ଦେଶ ପାଇଁ ଅନେକ ପୁରସ୍କାର ଜିତିଛନ୍ତି ।












Click it and Unblock the Notifications