କଟକଣା ମଧ୍ୟରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା, ରାଜଧାନୀରେ ନିଆରା ଗଣେଶ
ଆଜି ପବିତ୍ର ଗଣେଶ ଚତୁର୍ଥୀ । କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଅଗ୍ରପୂଜ୍ୟଙ୍କ ଆରାଧନା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟମାନଙ୍କରେ ପୂଜା ପାଳନ ଉପରେ କଟକଣା ରହିଛି ।
ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ଅଗ୍ରପୂଜ୍ୟଙ୍କ ଆରାଧନା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟମାନଙ୍କରେ ପୂଜା ପାଳନ ଉପରେ କଟକଣା ରହିଛି । ବହୁ ବିଦ୍ୟାଳୟରେ କେବଳ ବିଧି ରକ୍ଷା କରି ପୂଜା ପାଳନ କରାଯାଉଛି । ସେହିପରି ସର୍ବସାଧାରଣ ସ୍ଥାନରେ ପୂଜା ପାଳନ କରାଯାଉଥିଲେ ମଧ୍ୟ କୋଭିଡ ଗାଇଡ୍ ଲାଇନ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନା ଯୋଗ୍ୟ ଯେ, ପାର୍ବଣକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି ।
ଅନ୍ୟପଟେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ନିଆରା ଗଣେଷ ପୂଜା ଦେଖିବାକୁ ମିଳିଛି । ଗଛକୁ ଗଜାନନ ରୂପ ଦେଇଛନ୍ତି ବକୁଳ ପାଠାଗାରର ସଦସ୍ୟମାନେ । ପୂଜା ସମୟରେ କୌଣସି ଜିନିଷ ନଷ୍ଟ ନହେବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଯେଉଁମାମେ ଶ୍ରଦ୍ଧାଳୁ ଆସୁଛନ୍ତି ସେମାନଙ୍କୁ ପ୍ରସାଦ ବଦଳରେ ଛୋଟ ଛୋଟ ଗଛ ପ୍ରଦାନ କରାଯାଉଛି । କରୋନା ସମୟରେ ଅକ୍ସିଜେନର ଆବଶ୍ୟକତା ଅଧିକ ଥିବାରୁ ଗଛକୁ ପୂଜା କରି ଏହାର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛି ବକୁଲ ଫାଉଣ୍ଡେସନ ।

ସେହିପରି ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କରୋନା କଟକଣା ସହ ଗଣେଶ ପୂଜା ପାଳନ କରାଯାଇଛି। ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ଅନୁଷ୍ଠିତ ହିଇଯାଇଛି। ପ୍ରତ୍ୟେକ ବର୍ଷ ବେଶ ଧୁମଧାମରେ ଏଠାରେ ଗଣେଶ ପୂଜା ପାଳନ କରାଯାଇଥାଏ ତେବେ ଏଥର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା କାରାଯାଇଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications