ଗାନ୍ଧିଜୀଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ: ପ୍ରଦିପ  ଅମାତ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ 'ଗାନ୍ଧୀ ଦର୍ଶନ' ନାମରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥୁ ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଓଡ଼ିଶା ସହିତ ଗାନ୍ଧିଜୀଙ୍କର ନିବିଡ଼ ସଂପର୍କ ଥିଲା । ଗାନ୍ଧିଜୀଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସେ କହିଛନ୍ତି ।

ସାରା ବିଶ୍ଵର ପ୍ରସିଦ୍ଧ ବ୍ୟକ୍ତିତ୍ଵଙ୍କ ମଧ୍ୟରେ ଗାନ୍ଧୀ ମହାତ୍ମାଙ୍କ ନାମ ଅଗ୍ରଗଣ୍ୟ । ଗାନ୍ଧିଜୀଙ୍କ ଆଦର୍ଶର ମୂଳ ଉପାଦାନଗୁଡ଼ିକ ହେଉଛି -ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱଦୃଷ୍ଟି । ସେଥିପାଇଁ ତାଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।

୧୯୨୧ ମାର୍ଚ୍ଚରେ ଗାନ୍ଧିଜୀ ପ୍ରଥମ ଓଡ଼ିଶା ଆଗମନ ସମୟରେ ଧୋଡି, ଜାମା ଓ ଟୋପି ପିନ୍ଧିଥିଲେ । ଓଡ଼ିଶାରୁ ଫେରିଲା ପରେ ତାଙ୍କ ପୋଷାକ ବଦଳି ଯାଇଥିଲା । ଓଡ଼ିଶା ତାଙ୍କ ଚିନ୍ତା ଓ ଚେତନାକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେ ସମୟରେ ଓଡ଼ିଶାର ଦାରିଦ୍ର୍ୟ, ଦୁର୍ଭିକ୍ଷ ଓ ବ୍ୟାଧୁ ଦେଖୁ ତାଙ୍କ ଦ୍ଵାରା ସଂପାଦିତ 'ୟଙ୍ଗ୍ ଇଣ୍ଡିଆ' ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଆଜି କିନ୍ତୁ ଆଉ ସେ ସମୟ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ସଫଳ ନେତୃତ୍ୱ ଏବଂ ଓଡ଼ିଶାବାସୀଙ୍କ ସହଯୋଗ ବଳରେ ଓଡ଼ିଶା ଆଜି ପ୍ରଗତି ଓ ଉନ୍ନତିର ଶିଖର ଛୁଇଁ ପାରିଛି ବୋଲି ପ୍ରଦିପ କୁମାର ଅମାତ ମତପ୍ରକାଶ କରିଥିଲେ ।

gandhi_jayanti

ଆଲୋଚନା ଚକ୍ରରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ଓ ବକ୍ତା ଡ. ଅଭିରାମ ବିଶ୍ଵାଳ କହିଲେ ଯେ ଗାନ୍ଧିଜୀ ବିଶ୍ବ ଦର୍ଶନର ଏକ ଅଂଶବିଶେଷ । ସେ ଥିଲେ ଚାରୁଣ୍ୟ ଓ ଭଜାଁର ପ୍ରତୀକ ଏବଂ ପ୍ରଖର-ପ୍ରଚଣ୍ଡ ପ୍ରବକ୍ତା । ଗାନ୍ଧିଜୀଙ୍କ ମହିମାନ୍ଵିତ ଜୀବନ, ଆଦର୍ଶ ଏବଂ ଦର୍ଶନ ଭବିଷ୍ୟତର ଇତିହାସ ଓ ସମାଜ ପାଇଁ ଏକ ଅର୍ଥପୂର୍ଣ୍ଣ ଉପାଦାନ ହୋଇ ରହିଥ‌ିବ ଏବଂ ଆଗାମୀ ପିଢ଼ିଙ୍କୁ ସତ୍ୟ, ସରଳତା ଓ ଅହିଂସା ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣା ଯୋଗାଉଥବ ବୋଲି ପ୍ରକାଶ କରିଥିଲେ ।

ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ତଥା ସ୍ତମ୍ଭକାର ଶ୍ରୀ ପ୍ରହ୍ଲାଦ କୁମାର ସିଂହ ଓଡ଼ିଶା ସହ ଗାନ୍ଧିଜୀଙ୍କର ସଂପର୍କ ଏବଂ ଆଜିର ସମୟରେ ଗାନ୍ଧୀ ଦର୍ଶନର ମହତ୍ତ୍ଵ ଓ ଆବଶ୍ୟକତା ଉପରେ ବିଶଦ ଆଲୋଚନା କରିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥୁ ଭାବେ ଯୋଗଦେଇ କହିଲେ ଯେ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ଅକ୍ଟୋବର ୨ ତାରିଖକୁ ସମଗ୍ର ବିଶ୍ଵରେ ପାଳନ କରାଯାଉଛି । ଏହା ଗାନ୍ଧିଜୀଙ୍କ ମହାନ ବ୍ୟକ୍ତିତ୍ଵକୁ ସୂଚିତ କରେ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ଵାଗତ ଭାଷଣରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜଣେ ସାଧାରଣ ମଣିଷ ନଥୁଲେ । ସେ ଜଣେ ଅତିମାନବ ଥିଲେ । ଯେପର୍ଯ୍ୟନ୍ତ ମାନବ ସଭ୍ୟତା ରହିବ ସେ ପର୍ଯ୍ୟନ୍ତ ଗାନ୍ଧିଜୀ ସାମାଜିକ ବ୍ରାନ୍ତର ସୂର୍ଯ୍ୟ ହୋଇ ରହିବେ ବୋଲି ସେ ମତ ଦେଇଥିଲେ ।

ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ସୂଚନା ଅଧିକାରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଗାନ୍ଧୀ ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା ।

ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧ୍ ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+