Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ, ରାଜଧାନୀରେ ବାଜିବ ରାମ ଧୂନ

ଆସନ୍ତାକାଲି ପାଳନ କରାଯିବ ଗାନ୍ଧୀ ଜୟନ୍ତୀ, ରାଜଧାନୀରେ ବାଜିବ ରାମ ଧୂନ

ଭୁବନେଶ୍ୱର: ଆସନ୍ତାକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ପାଳନ କରାଯିବ । ଅକ୍ଟୋବର ୨ ତାରିଖରେ ୧୮୬୯ ମସିହା ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ । ତାଙ୍କ ନେତୃତ୍ୱରେ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇଥିଲା । ଅହିଂସା ଉପାୟ ଆପଣାଇ ସେ ଦେଶରୁ ଇଂରେଜ ସରାକାରଙ୍କୁ ତଡ଼ି ସ୍ୱାଧୀନତା ଆଣିଥିଲେ ।

Gandhi Jayanti
ଆସନ୍ତା କାଲି ସକାଳ ୯.୩୦ରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଗଣେଶୀ ଲାଲ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ । ଏହା ସହିତ ସ୍ବାଧୀନତା ସଂଗ୍ରାମ ସହ ଜଡିତ ଓଡ଼ିଶାର ୩୦ ଜିଲ୍ଲାରୁ ଆସିଥିବା ପବିତ୍ର ମାଟି ଓ ନଦୀର ପାଣିକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ପରିସରରେ ଏକ ଅଶ୍ୱସ୍ତ ବୃକ୍ଷ ରୋପଣ କରିବେ । ପ୍ରଥମଥର ଗାନ୍ଧୀଜୟନ୍ତୀ ଅବସରରେ ରାଜଧାନୀ ଭୁବନେଶ୍ୱରର ସମସ୍ତ ଟ୍ରାଫିକ୍ ପଏଣ୍ଟରେ ଲାଗିଥିବା ଭିଡିଓ ଓ ଅଡିଓ ୱାଲରେ ସକାଳ ୪ ଟାରୁ ରାମ ଧୂନ ବାଜିବାର ବ୍ୟବସ୍ତା କରାଯାଇଛି । ସେହିପରି ସଂଧ୍ୟାରେ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ।

ସୂଚନାଥାଉ ଯେ, ୩୦ ଜିଲ୍ଲାର ପବିତ୍ର ମାଟିରେ ବଢିବ ଏହି ବୃକ୍ଷ । ଯାହାକି ଓଡ଼ିଶାର ମହାନ ସ୍ୱାଧିନତା ସଂଗ୍ରାମୀମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ହେବ । ଆସନ୍ତାକାଲି ଗାନ୍ଧୀଜୟନ୍ତୀରେ ସକାଳୁ ମୁଖ୍ୟମନ୍ତ୍ରୀ ଏହି ବୃକ୍ଷ ରୋପଣ କରିବେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ତେବେ ଏଥି ନିମନ୍ତେ ବିଭିନ୍ନ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପୀଠରୁ ମାଟି ସଂଗ୍ରହ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ଅବିନବ ପ୍ରୟାସକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+