ରଥଯାତ୍ରାରେ ଛେରାପହଁରା କରିବେ ଗଜପତି
ରଥଯାତ୍ରା ଓ ବାହୁଡ଼ାରେ ନିଜେ ଗଜପତି ଛେରାପହଁରା କରିବୋ ବୋଲି ସେ ନିଜେ ସୂଚନା ଦେଇଛନ୍ତି । କୋଭିଡ କଟକଣାର ନିୟମ ପାଳନ କରିବା ସହିତ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜପତି କହିଛନ୍ତି ।
ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ଛେରାପହଁରା ନେଇ ଗଜପତି ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ପ୍ରତିକିୟା ଦେଇଛନ୍ତି । ରଥଯାତ୍ରା ଓ ବାହୁଡ଼ାରେ ନିଜେ ଗଜପତି ଛେରାପହଁରା କରିବୋ ବୋଲି ସେ ନିଜେ ସୂଚନା ଦେଇଛନ୍ତି । କୋଭିଡ କଟକଣାର ନିୟମ ପାଳନ କରିବା ସହିତ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜପତି କହିଛନ୍ତି ।

ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ । ଏମିତିକି ସେ ଆହୁରି କହିଛନ୍ତି ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ । ଆର୍ଥାତ୍ ବାହୁଡ଼ାରେ ମଧ୍ୟ ଗଜପତି ମହାରଜ ଛେରାପହଁରା କରିପାରନ୍ତି ବୋଲି କହିଛନ୍ତି ଗଜପତି ମହାରାଜ । ତେବେ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଗଜପତି । ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା ।
ତେବେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍ଲିରେ ରଥଯାତ୍ରା କରିବା ଲାଗି ଆବେଦନ ହୋଇଥିଲା ।












Click it and Unblock the Notifications