ରଥଯାତ୍ରା ସମୟରେ କାଠ ସମସ୍ୟା ନ ଉପୁଜିବା ପାଇଁ ଗଜପତି ଦେଲେ ଗୁରୁତ୍ବ
ରଥଯାତ୍ରା ସମୟରେ କାଠ ସମସ୍ୟା ନଉପୁଜିବା ପାଇଁ ଗଜପତିଙ୍କ ଗୁରୁତ୍ବ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆବଶ୍ୟକ କାଠ ସମସ୍ୟା ଦୂର କରିବା ପାଇଁ ଏବେଠୁ ଉଦ୍ୟମ ନକଲେ ସମସ୍ୟା ଉପୁଜିପାରେ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।
ଏନେଇ ରାଜ୍ୟ ସରକାର ତତ୍ପର ହେବା ଆବଶ୍ୟକ ବୋଲି କହିଛନ୍ତି ଗଜପତି ମହାରାଜା। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର କଣ ସ୍ଥିତି ରହିଛି ସେନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଏଯାଏଁ ଜଙ୍ଗଲ ଓ ପରିବେଶ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିନାହିଁ। ପୂର୍ବରୁ ପର୍ଯ୍ୟାପ୍ତ ଜଙ୍ଗଲ ଥିଲା ଓ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କାଠର ସମସ୍ୟା ନଥିଲା।

ରଥଯାତ୍ରାରେ କାଠ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ବ୍ୟବହାର କରାଯାଇପାରିବ ନାହିଁ। ତେଣୁ ରଥକାଠ ଅଭାବକୁ ପୂରଣ କରିବା ପାଇଁ ଏବେଠାରୁ ରାଜ୍ୟ ସରକାର ତତ୍ପର ହେବା ଆବଶ୍ୟକ ବୋଲି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି। ସେହିପରି ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସାରିବା ପାଇଁ ନୀତିକାନ୍ତି ସମ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଛି । ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ଗୋଟିଏ ଦିନରେ ପଡୁଥିବାରୁ ଠିକ୍ ଭାବେ ନୀତିକାନ୍ତି ସମ୍ପନ୍ନ ଓ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି। ଏଥର ରଥ ଉପରକୁ ମୋବାଇଲ ଫୋନ୍ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ଗୁଣ୍ଡିଚା ମନ୍ଦିର ଭିତର ଓ ପଛ ପଟ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରଥଯାତ୍ରା ପରେ ଏକ ଦୀର୍ଘ ମିଆଦି ଯୋଜନା କରାଯିବ ବୋଲି ଗଜପତି କହିଛନ୍ତି ।












Click it and Unblock the Notifications