ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା, କହିଲେ ତୁରନ୍ତ ତଦନ୍ତ କରାଯାଉ
ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା । ତୁରନ୍ତ ବ୍ୟାପକ ତଦନ୍ତ କରାଯାଉ କହିଲେ ଗଜପତି । ଏଭଳି ଘଟଣାର ପୁନରାବୃତ୍ତି ନହେବା ନେଇ ପଦକ୍ଷେପ ନିଆଯାଉ।

ସୂଚନା ଅନୁସାରେ ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ । ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା । ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା । ତେବେ ଆଜି ଭୋର ୪ ସମୟରେ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୁରୀ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ। ତେବେ ଏହି ଅଘଟଣରେ ମୃତ୍ୟୁ କରିଥିବା ସମସ୍ତ ଶ୍ରଦ୍ଧାଳୁ ଖୋର୍ଦ୍ଧା ଜିଲ୍ଲାର ।
ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଜଗା ଦର୍ଶନ ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଠେଲାପେଲା ହୋଇଥିଲା । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଭିଡ଼ ଭିତରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ଟ୍ରକ । ଯେଉଁ ଟ୍ରକରେ ଚାରମାଳ କାଠ ଆସିଥିଲା । ଠେଲାପେଲା ଭିତରେ କାଠ ଉପରେ ପଡ଼ିଥିଲେ ଭକ୍ତ । କିଛି ଭକ୍ତଙ୍କ ଉପରେ ଚଢ଼ିଯାଇଥିଲେ ଅନ୍ୟ ଭକ୍ତ । ଫଳରେ ଏକ ବଡ଼ ଅଘଟଣ ଘଟିଗଲା । ଯେଉଁଥିରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି ।












Click it and Unblock the Notifications