ଶ୍ରୀମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ; ଭିତର ରତ୍ନଭଣ୍ଡାରରେ ଗଜପତି ମହାରାଜା ସ୍ଥିତି କଲେ ଅନୁଧ୍ୟାନ
ଶ୍ରୀମନ୍ଦିରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀନଅରରୁ ବାହାରି ଶ୍ରୀମନ୍ଦିର ଗଲେ ଗଜପତି ମହାରାଜା । ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କଲେ ଗଜପତି ମହାରାଜା। ଭିତର ରତ୍ନଭଣ୍ଡାରରେ ଗଜପତି ମହାରାଜା ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ । ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଖୋଲିବା ପରେ ବହୁ ଅକୁହା କଥା ପଦାକୁ ଆସିବ । ଶୁଭ ସମୟ ସକାଳ ୯ଟା ୫୧ରେ ଖୋଲିଛି ।
ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାରର ଖୋଲିଛି । SOP ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିଛନ୍ତି । କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯାଇ ନାହିଁନ୍ତି ।

ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ୍ କରାଯିବ ଏବଂ ଚାବିକୁ ପୁଣି ଟ୍ରେଜେରୀରେ ରଖାଯିବ।
ଏହା ପରେ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ASI। ଆଜି ମଧ୍ୟ ସ୍ନେକ୍ ହେଲ୍ପ ଲାଇନ, ଓଡ୍ରାଫ୍, ସ୍ବେଚ୍ଛାସେବୀ, ଡାକ୍ତରୀ ଟିମ୍ ମୁତୟନ ହୋଇଛନ୍ତି । ଅଳଙ୍କାର ଗୁଡ଼ିକୁ ଷ୍ଟ୍ରଙ୍ଗରୁମରେ ନୂଆ ସିନ୍ଦୁକରେ ରଖିବା ପରେ ଭିତର ରତ୍ନଭଣ୍ଡାରର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଗୁଡ଼ିକୁ ମ୍ୟୁଜିୟମରେ ରଖିବାକୁ ଯୋଜନା କରାଯାଉଛି ।
ତେବେ ଆଜି ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି । ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଉନାହିଁ । ସିଂହଦ୍ବାରକୁ ଛାଡ଼ି ବାକି ୩ ଦ୍ବାର ବନ୍ଦ ରହିଛି । କେବଳ ଅଧିକୃତ ସେବକମାନଙ୍କୁ ଛଡ଼ା ଯାଉଛି ।












Click it and Unblock the Notifications