Get Updates
Get notified of breaking news, exclusive insights, and must-see stories!

ଏଥର ବି ସ୍ନାନଯାତ୍ରାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ

ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଛେରାପହଁରା ନୀତି କରିବେ ନାହିଁ ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତି ଗୋଟାଏରୁ ଆରମ୍ଭ ହେବ ପହଣ୍ଡି ବିଜେ । କୋଭିଡ କଟକଣା ପାଇଁ ଏଥର ମଧ୍ୟ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଛେରାପହଁରା ନୀତି କରିବେ ନାହିଁ ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ତେଣୁ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଏଥର ସ୍ନାନ ଯାତ୍ରା ବେଳେ ଛେରାପହଁରା ନୀତି କରିବେ। ଗତବର୍ଷ ମଧ୍ୟ ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ।

Gajapati Maharaj

ରାତିରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ହେବା ପରେ ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନେଇ ନୀତି ନିର୍ଘଂଟ ସ୍ଥିର ହୋଇଛି । ଚତୁର୍ଦ୍ଧ ମୂର୍ତି ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିବେ । ଆସନ୍ତାକାଲି ସାକଳୁ ସ୍ନାନ ବେଦୀରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରେ ବାହୁଡା ପହଣ୍ଡି ପରେ ୧୫ ଦିନିଆ ଅଣସର ନୀତି ଆରମ୍ଭ ହେବ ।

ତେବେ ସ୍ନାନପୂର୍ଣ୍ଣିମା ପୂର୍ବରୁ ସମୀକ୍ଷା କଲେ ଜିଲ୍ଲାପାଳ । ନୀତିକାନ୍ତି ଶୃଙ୍ଖଳିତ କରାଯାଇ ସକାଳ ସାଢ଼େ ୭ରୁ ଜଳଲାଗି ପାଇଁ କରାଯାଇଛି ବ୍ୟବସ୍ଥା । ୯୦ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ ରହିଛି ନେଗେଟିଭ । ଜାରି ରହିଛି ଦ୍ୱିତୀୟ ଡୋଜ ଟିକାକରଣ । ପାଳିଆ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାଇଁ ଦିଆଯାଇଛି ପାସ୍ । ଏହା ଗୋଟିଏ ଦିନ ପର୍ଯ୍ୟନ୍ତ ଉଦ୍ଦିଷ୍ଟ । ରଥଯାତ୍ରା ପାଇଁ ନୂଆ ପାସ୍ ଇସ୍ୟୁ କରାଯିବ ।

ସେପଟେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆଜି ରାତିରୁ ଲାଗୁ ହେବ ୧୪୪ ଧାରା। ବୁଧବାର ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିଛି।ଆଦେଶ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+