Get Updates
Get notified of breaking news, exclusive insights, and must-see stories!

ନୀତି ଆୟୋଗଙ୍କ ମାନ୍ୟତାର ଟପ-5ରେ ଓଡିଶାର ଦୁଇ ଜିଲ୍ଲା

ନୀତି ଆୟୋଗଙ୍କ ମାନ୍ୟତାର ଟପ-5ରେ ଓଡିଶାର ଦୁଇ ଜିଲ୍ଲା । ଗଜପତି ଜିଲ୍ଲା ମାନ୍ୟତାର ପ୍ରଥମରେ ଥିବାବେଳେ 5ମ ସ୍ଥାନରେ ରହିଛି କୋରାପୁଟ ଜିଲ୍ଲା ।

ଭୁବନେଶ୍ୱର: ନୀତି ଆୟୋଗଙ୍କ ମାନ୍ୟତାର ଟପ-5ରେ ଓଡିଶାର ଦୁଇ ଜିଲ୍ଲା । ଗଜପତି ଜିଲ୍ଲା ମାନ୍ୟତାର ପ୍ରଥମରେ ଥିବାବେଳେ 5ମ ସ୍ଥାନରେ ରହିଛି କୋରାପୁଟ ଜିଲ୍ଲା । 2020 ଡିସେମ୍ୱର ମାସ ପାଇଁ ଏହି ମାନ୍ୟତା ପ୍ରକାଶ ପାଇଛି ।

Niti Aayog

ତେବେ ତାଲିକାର 2ୟ ସ୍ଥାନରେ ରହିଛି କର୍ଣ୍ଣାଟକର ରାଇଚୁର ଜିଲ୍ଲା, 3ୟରେ ତ୍ରିପୁରାର ଧାଲାଇ ଜିଲ୍ଲା ଏବଂ ହିମାଚଳ ପ୍ରଦେଶର ଚାମ୍ବା 4ର୍ଥ ସ୍ଥାନରେ ରହିଛି । ତାଲିକାର ଶ୍ରେଷ୍ଠ 5ରେ ଥିବା ଜିଲ୍ଲାମାନେ ମୌଳିକ ଭିତ୍ତିଭୂମିକୁ ବିନିଯୋଗ କରି ସାମାଜିକ ଏବଂ ଅର୍ଥନତିକ ପରିବର୍ତ୍ତନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ବୋଲି କୁଯାଇଛି ।

ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଶିକ୍ଷା, କୃଷି ଏବଂ ଜଳ ସମ୍ବଳ, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ହେଉଛି ବିକାଶ କ୍ଷେତ୍ର ଯାହା ମାନ୍ୟତା ପାଇଁ ବିଚାରକୁ ନିଆଯାଏ । ଜାନୁୟାରୀ 2018 ରେ ଆରମ୍ଭ ହୋଇଥିବା ଏହି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଜିଲ୍ଲାଗୁଡ଼ିକୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖିଛି । ଯାହା ପ୍ରମୁଖ ସାମାଜିକ କ୍ଷେତ୍ରରେ ଅପେକ୍ଷାକୃତ କମ୍ ପ୍ରଗତି ପ୍ରଦର୍ଶନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+