ଗୁଣ୍ଡିଚା ମନ୍ଦିରରେ ଗଜପତି: ଜଗମୋହନ ଓ ନାଟମଣ୍ଡପ ଫାଟର କଲେ ଅନୁଧ୍ୟାନ
ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜ । ଜଗମୋହନ ସହ ନାଟମଣ୍ଡପର କଲେ ସ୍ଥିତି ଅନୁଧ୍ୟାନ । ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମରୁ ୩ଟି କଲମ ଓ ବିମରେ ଫାଟ ସୃ୍ଷ୍ଟି ହୋଇଥିଲା ।
ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜ । ଜଗମୋହନ ସହ ନାଟମଣ୍ଡପର କଲେ ସ୍ଥିତି ଅନୁଧ୍ୟାନ । ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମରୁ ୩ଟି କଲମ ଓ ବିମରେ ଫାଟ ସୃ୍ଷ୍ଟି ହୋଇଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହାର କାମ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତି ହୋଇଥିଲା । କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯିବ ତାହାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଗଜପତି ମହାରାଜ ।

ଅନୁଧ୍ୟାନ ପରେ ଗଜପତି ମହାରାଜା କହିଛନ୍ତି, ନାଟମଣ୍ଡପ ୪ଟି ଖୁଣ୍ଟର ମରାମତି ଚାଲିଛି । ଏଥିପାଇଁ ଉଚ୍ଚସ୍ତରୀୟ ଟେକନିକାଲ କମିଟି ଗଠନ ହୋଇଛି । ଷ୍ଟେନଲେସ ଷ୍ଟିଲ ବିମ୍ ବସିବା ସହ ସିଲିଂ କାମ ମଧ୍ୟ କରାଯିବ । ମାର୍ଚ୍ଚ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ମରାମତି କାମ ହେବ । ଏଏସଆଇର ଭୂମିକା ନଥିଲେ ବି ପରାମର୍ଶ ନିଆଯିବ । ଶ୍ରୀଗୁଣ୍ଡିଚା ମନ୍ଦିର ୫ ଏକର ଜାଗାର ଉନ୍ନତିକରଣ ପାଇଁ ଯୋଜନା ହୋଇଛି ବୋଲି କହିଛନ୍ତି ଗଜପତି ମହାରାଜା ।
ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିପଦରେ ରହିଥିବା ସ୍ପଷ୍ଟ ହୋଇଥିଲା । ଚଳିତଥର ରଥଯାତ୍ରା ସମୟରେ ଏହି ଘଟଣା ନଜରକୁ ଆସିଥିଲା । ଏଥିରେ ଅସ୍ଥାୟୀ ଭାବେ କ୍ଲାମ୍ପ ଦିଆଯାଇ ମରାମତି କରାଯାଇଥିଲା ଯେଭଳି ମହାପ୍ରଭୁଙ୍କ ନୀତିରେ ବ୍ୟାଘାତ ନଘଟିବ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications