ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ୍ : ସେପଟେ ଚିନ୍ତା ବଢାଉଛି ପଡୋଶୀ ଛତିଶଗଡ଼

ବୁଧବାରଠାରୁ ଗଜପତି ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ବାହାର ରାଜ୍ୟରୁ ଆସୁଥିବା ଲୋକ 72 ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦ୍ବିତୀୟ ପର୍ଯ୍ୟାୟରେ ଟିକା ଗ୍ରହଣ କରିଥିବା ବାଧ୍ୟତାମୂଳକ ।

ଭୁବନେଶ୍ୱର : ବୁଧବାରଠାରୁ ଗଜପତି ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ପାଞ୍ଚ ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ଉପରେ ପ୍ରଶାସନ କଡା ନଜର ରଖିଛି । ଏହି ରାଜ୍ୟରୁ ଆସୁଥିବା ଲୋକ 72 ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦ୍ବିତୀୟ ପର୍ଯ୍ୟାୟରେ ଟିକା ଗ୍ରହଣ କରିଥିବା ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ ବୋଲି କହିଛି ଜିଲ୍ଲା ପ୍ରଶାସନ । ଯେଉଁମାନଙ୍କ ପାଖରେ ଏହି ରିପୋର୍ଟ ନଥିବ ସେମାନଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ।
ଅପରପକ୍ଷରେ ପଡୋଶୀ ରାଜ୍ୟମାନଙ୍କରେ ବଢୁଥିବା କରୋନା ସ୍ଥିତିକୁ ନେଇ ରାଜ୍ୟର ସୀମାନ୍ତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଝାରସୁଗୁଡା ଜିଲ୍ଲା ଛତିଶଗଡ଼ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କରୋନା

ଛତିଶଗଡ ପଟୁ ସଂକ୍ରମଣର ଭୟ ଥିବାରୁ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକର ନିଜ ସୀମା ସିଲ୍ କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଆରଟି-ପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି କନକତୋରା ସୀମାନ୍ତ ଦେଇ ଯେଉଁ ବ୍ୟକ୍ତି ଓଡିଶା ଭିତରକୁ ପ୍ରବେଶ କରିବେ ସେମାନଙ୍କ କୋଭିଡ଼ ପରୀକ୍ଷା କରାଯାଇ ପ୍ରବେଶ ଅନୁମତି ପ୍ରଦାନ କରାଯିବ ବୋଲି ଝାରସୁଗୁଡା ଜିଲ୍ଲା ପ୍ରଶାସନ କହିଛି । ଏଠାରେ ସୂଚନାଥାଉକି, ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଛତିଶଗଡକୁ ସୀମାରେ ଥିବା 3ଟି ରାସ୍ତାକୁ ସିଲ୍ କରିଥିବା ବେଳେ କନକତୋରାଠାରେ ବର୍ଡ଼ର ଚେକ୍ ପଏଣ୍ଟ ଖୋଲାଯାଇଛି । ଛତିଶଗଡ଼ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପଞ୍ଜୀକରଣ କରାଯିବା ସହିତ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+