ଆସନ୍ତାକାଲି ଧରାବତରଣ କରିବେ ଧନଦାତ୍ରୀ ମାଆ ଗଜଲକ୍ଷ୍ମୀ

ଦୁର୍ଗା ପୂଜା ଭଳି ଚଳିତ ଥର ଧୁମ ଧାମରେ ପାଳନ ହେବ ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ଧନଦାତ୍ରୀ ମା'ଲକ୍ଷ୍ମୀ ।

ଅନୁଗୋଳ: ଦୁର୍ଗା ପୂଜା ଭଳି ଚଳିତ ଥର ଧୁମ ଧାମରେ ପାଳନ ହେବ ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ମା'ଙ୍କ ଆବାହନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅନଗୋଳ ସହର । ସହରର ବିଭିନ୍ନ ପୂଜା ମଣ୍ଡପରେ ସରିଛି ପ୍ରସ୍ତୁତି, ମୂର୍ତ୍ତୀର ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।

gajalaxmi

ଅନୁଗୋଳରେ ପ୍ରତିଟି ପୂଜା ମଣ୍ଡପରେ ତୋରଣକିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛି ଗୁରୁତ୍ଵ । ପୂଜା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶିଳ୍ପୀ ଓ କାରିଗର । ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ କାରିଗରମାନେ ଆସିଛନ୍ତି ।

। ଚଳିତ ଥର ସହରରେ 30ରୁ ଅଧିକ ମଣ୍ଡପରେ ମା' ଗଜଲକ୍ଷ୍ମୀ ପୂଜା କରାଯିବା ବେଳେ ବାହାରେ 60ରୁ ଅଧିକ ମଣ୍ଡପରେ ପୂଜା ପାଇବେ । ତେଣୁ ସବୁଠି ପ୍ରସ୍ତୁତି ପର୍ବ ପ୍ରାୟତଃ ଶେଷ ପର୍ଯ୍ୟାୟରେ । କାଞ୍ଚନ ବଜାର ପୂଜା କମିଟି ପକ୍ଷରୁ କୋଲକାତାର ଏକ ପ୍ରସିଦ୍ଧ ଶିବ ମନ୍ଦିର ସଦୃଶ ବିଶାଳକାୟ ତୋରଣ କରାଯାଉଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+