ଗଜଲକ୍ଷ୍ମୀ ପୂଜା ପାଇଁ ଦୁଲୁକୁଛି ଢେଙ୍କାନାଳ, ୩୮ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ
ଗଜଲକ୍ଷ୍ମୀ ପୂଜା ପାଇଁ ଦୁଲୁକୁଛି ଢେଙ୍କାନାଳ ସହର । ଚଳିତଥର ୩୮ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ । ରବିବାର ଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ।
ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜା ପାଇଁ ଦୁଲୁକୁଛି ଢେଙ୍କାନାଳ ସହର । ଚଳିତଥର ୩୮ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ । ରବିବାର ଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ପୂଜା । ଚଳିତ ବର୍ଷ ୧୧ଦିନ ଧରି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଜାରି ରହିବ ।

ସେହିପରି ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲା ବି ପ୍ରସିଦ୍ଧ ଗଣପର୍ବ ଗଜଲଷ୍ମୀ ପୂଜାରେ ପ୍ରକମ୍ପିତ ହେଉଛି । ଚଳିତ ବର୍ଷ କେନ୍ଦ୍ରାପଡା ସହରର ୬୮ ଗୋଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉ ଅଛି । ସହର ଉପକଣ୍ଠ ଅଞ୍ଚଳରେ ଶତାଧିକ ମଣ୍ଡପରେ ଧନ ଧାତ୍ର ମା'ଙ୍କ ପୂଜା ଆରମ୍ଭ ହୋଇଛି । ଏହି ପୂଜା ୭ ଦିନ ଧରି ଚାଲିବ। ମଣ୍ଡପରେ ମା'ଙ୍କ ଦିବ୍ୟ ଦର୍ଶନ ପାଇଁ ସମାଗମ ଦେଖିବାର ମିଳିଛି । ବିଭିନ୍ନ ମଣ୍ଡପରେ ସୁଉଚ୍ଚ ତୋରଣ ଆଲୋକମାଳାରେ ଝଲସୁଛି ସାରା ସହର ।
ରୀତିନୀତି ଆନୁଯାୟୀ ରବିବାର ମଣ୍ଡପ ଗୁଡିକରେ ଅପରାହ୍ନ ସମୟରେ ମା'ଙ୍କୁ ଆବାହନ ପାଇଁ ଶୁଭ କଳସ ସ୍ଥାପନ ଓ ମଣ୍ଡପ ସଂସ୍ଥାପନ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ମଣ୍ଡପ ଗୁଡିକରେ ମା'ଙ୍କୁ ଅବାହାନ କରାଯାଇଥିଲା । ଜୀବ ଦାନ ଓ ଚକ୍ଷୁ ଦାନ ନୀତି କାନ୍ତି ରାତି ୧୨ ସୁଦ୍ଧା ଶେଷ ହୋଇଥିଲା । ସେହିପରି ଭୋର ୫ଟାରେ ମା'ଙ୍କ ମଙ୍ଗଳ ଆଳତି ଓ ମୁଖ ପଖାଳ ଏବଂ ସ୍ନାନଶୁଦ୍ଧି କର୍ମ ହୋଇଛି । ଏହାପରେ ସକାଳ ୭ଟା ରେ ସକାଳ ଧୂପ ଓ ଆଳତି କର୍ମ ହେବ । ଏହା ପରେ ୯ ଟା ଠାରୁ ଲଷ୍ମୀ ପୂରଣ ପାଠ ଓ ହୋମ ଯଜ୍ଞ ହୋଇଛି । ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ପ୍ରଥମ ଦିନରୁ ଦେଖିବାକୁ ମିଳିଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications