Get Updates
Get notified of breaking news, exclusive insights, and must-see stories!

କୋଣାର୍କ ଚକ୍ର ବିଷୟରେ ଆମେରିକା ରାଷ୍ଟ୍ରପତିଙ୍କୁ ବୁଝାଇଲେ ମୋଦି

କୋଣାର୍କ ଚକ୍ର ବିଷୟରେ ବାଇଡେନଙ୍କୁ ବୁଝାଇଲେ ମୋଦି । କୋଣାର୍କ ଚକ୍ର ବିଷୟରେ ଆମେରିକା ରାଷ୍ଟ୍ରପତିଙ୍କୁ ବୁଝାଇଲେ ମୋଦି । ସ୍ୱାଗତ ସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର ।

ମୋଦୀ ସ୍ଵାଗତ ସ୍ଥଳରେ ଥିବା ବେଳେ ବାଇଡେନଙ୍କୁ ସ୍ଵାଗତ କରିଥିଲେ । ସ୍ୱାଗତ କଲା ପରେ ପଛରେ ଥିବା କୋଣାର୍କ ଚକ୍ର ଆଡ଼କୁ ଦୁହେଁ ବୁଲୁଥିଲେ । ଆଉ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏ ନେଇ ବୁଝାଇଥିଲେ । ଆଉ ତାପରେ ପୁଣି ଦୁହେଁ ହାତ ମିଳାଇ ଥିଲେ । ଆଉ ସଭସ୍ଥଳୀକୁ ବାଇଡେନ ଚାଲି ଯାଇଥିଲେ ।

ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର ।

ଆଜି ଦିନ ୧୦ଟା ୩୦ରେ ପ୍ରଥମ ଅଧିବେଶନରେ 'ୱାନ୍ ଆର୍ଥ' ଉପରେ ଆଲୋଚନା କରାଯିବ । ଦିନ ୧ଟା ୩୦ରେ ଅତିଥିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

joe_biden_modi_konark_wheel

ଅପରାହ୍ଣ ୩ଟାରେ ଦ୍ୱିତୀୟ ଅଧିବେଶନରେ 'ୱାନ୍ ଫ୍ୟାମିଲି' ଉପରେ ଆଲୋଚନା କରାଯିବ । ରାତି ୭ଟାରେ ରାତ୍ରିଭୋଜନ ପାଇଁ ପହଞ୍ଚିବେ ଅତିଥି । ରାତି ୮ଟାରେ ରାତ୍ରିଭୋଜନ ରହିଛି ।

କୋଣାର୍କ ଚକ୍ର ୧୩ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହା ନିର୍ମିତ ହୋଇଥିଲା । ରାଜା ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ନିର୍ମିତ ହୋଇଥିଲା ଏହି ଚକ୍ର । ୨୪ ବାଇ ଥିବା ଏହି ଚକ ଭାରତର ଜାତୀୟ ପତାକାରେ ମଧ୍ୟ ସାମିଲ କରାଯାଇଛି । ଯାହାକି ଭାରତର ସଭ୍ୟତା ଏବଂ ସ୍ଥାପତ୍ୟ ଉତ୍କର୍ଷର ପ୍ରତୀକ।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ୧୯ଟି ଦେଶ ଏବଂ ୟୁରୋପୀୟ ୟୁନିଅନ୍ ସାମିଲ ହେଉଛନ୍ତି । ଅଂଶଗ୍ରହଣକାରୀ ଦେଶଗୁଡ଼ିକ ହେଉଛି ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଜର୍ମାନୀ, ଭାରତ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଏବଂ ଆମେରିକା।

ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+