ରାଜ୍ୟର ସବୁଠାରୁ ଥଣ୍ଡା ସହର , ତାପମାତ୍ରା ୪.୮ ଡିଗ୍ରି ସହ ଜାଡ଼ରେ ଥରୁଛି ଜି. ଉଦୟଗିରି
ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଗାମୀ ୩ ଦିନ ଶୀତରୁ ମିଳିବ ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା । ସାରା ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଜି. ଉଦୟଗିରି ଚିହ୍ନଟ ହେଉଥିବା ବେଳେ ଏହାର ଆଖପାଖ ଦୁର୍ଗମ ପାହାଡିଆ ଅଞ୍ଚଳରେ ତାପମାତ୍ରା ଆହୁରି କମ ରହୁଥିବା ଏବଂ ପ୍ରବଳ ଥଣ୍ଡା ଅନୁଭବ ହେଉଛି। ବିଶେଷ କରି ଗୁନ୍ଦାବାଜୁ, ସିର୍କି, ମୁକୁଲିଙ୍ଗିଆ, ଡାକପାଲା, ସିପାଏଜୁ, ଲାବୁରୀ, ଡ଼ଡ଼ାପଡା, ଭଳି ଗ୍ରାମରେ ଅସହ୍ୟ ଥଣ୍ଡା ଅନୁଭବ ହେଉଥିବା ଗ୍ରାମବାସୀ ମାନେ କହିଛନ୍ତି। ଗତ କିଛି ଦିନ ଧରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି ଜି. ଉଦୟଗିରି।

ଓଡ଼ିଶାରେ ଶୀତର ସହର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ଦୀର୍ଘ ଦିନ ହେଲା ଶୀତର ପ୍ରକୋପ ଜାରି ରହିଥିବା ବେଳେ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ଗୁରୁବାର ୫.୨ ଏବଂ ଶୁକ୍ରବାର ୫.୪ଡିଗ୍ରୀ ରହିଥିବା ବେଳେ ଆଜି ୪.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଶୀତ ବଢ଼ି ଚାଲିଥିବାରୁ ଲୋକେ ଅସୁବିଧାରେ ପଡ଼ୁଛନ୍ତି । ଘନ କୁହୁଡ଼ି ଓ କୋହଲା ପବନ ଯୋଗୁ ଘରୁ ବାହାରକୁ ବାହାରିବା କଷ୍ଟକର ହେଉଛି।












Click it and Unblock the Notifications