କୋଣାର୍କରେ ଅନୁଷ୍ଠିତ ହେବ ଜି-20 ବୈଠକ
କୋଣାର୍କରେ ହେବ ଜି-20 ବୈଠକ
ଭୁବନେଶ୍ୱର: କୋଣାର୍କରେ ହେବ ଜି-20 ବୈଠକ । ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ନଭେମ୍ବର ୩୦, ୨୦୨୩ ଏକ ବର୍ଷ ପର୍ଯ୍ୟନ୍ତ ଭାରତ ଜି-20 ର ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳମାନଙ୍କ ସହ ମୋଟ ୫୫ଟି ସ୍ଥାନ ଏଥି ପାଇଁ ଚିହ୍ନଟ କରାଯାଇଛି । ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଆଧାରିତ ହେବ । ଯାହା ଦ୍ୱାର ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ ।

ଜି-20 ଅଧିକାରୀମାନଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ସୂଚନା ରହିଛି । ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।












Click it and Unblock the Notifications