ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ୍ୟ: ଜନ୍ମମାଟିରେ ହେବ ଅନ୍ତିମ ସଂସ୍କାର
ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଆଜି ହେବ ଶେଷକୃତ୍ୟ । ବିଧାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶୋଭାଯାତ୍ରାରେ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।
ପଦ୍ମପୁର: ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଆଜି ହେବ ଶେଷକୃତ୍ୟ । ବିଧାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶୋଭାଯାତ୍ରାରେ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।

ଗତକାଲି ତାଙ୍କ ପାର୍ଥବ ଶରୀର ପଦ୍ମପୁରରେ ପହଂଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ ମରଶରୀର ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ରଖାଯାଇଛି । ସେଠାରେ ଅନେକ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ରିତା ସାହୁ ପ୍ରମୁଖ ଶେଷ ଦର୍ଶନ କରି ବିଜୟ ରଂଜନ ସିଂ ବରିହାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଧାୟକଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଧାୟକ ବିଜୟ ରଞ୍ଜନ ସିଂଙ୍କ ପରଲୋକ ଘଟିଥିଲା। ଅସୁସ୍ଥତା ଯୋଗୁ କିଛି ଦିନ ହେବ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ଆସି ନଥିଲା ଓ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ଦେହାନ୍ତ ହୋଇଥିଲା।












Click it and Unblock the Notifications