ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ, ଶେଷ ଦର୍ଶନ ପାଇଁ ଶ୍ମଶାନରେ ପ୍ରବଳ ଭିଡ
ଓଲିଉଡର କାକା ଭାବେ ଜଣାଶୁଣା ମିହିର ଦାସଙ୍କ ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ପଞ୍ଚଭୂତରେ ଲୀନ ହୋଇଛନ୍ତି ମିହିର । କଟକ ସତିଚଉରାରେ ଅନ୍ତ୍ୟେଷ୍ଟି କିୟା ହୋଇଛି । ପୁଅ ଅମ୍ଳାନ ଦାସ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ।
କଟକ: ବିଦାୟ ମିହିର ଦାସ । ଓଲିଉଡର କାକା ଭାବେ ଜଣାଶୁଣା ମିହିର ଦାସଙ୍କ ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ପଞ୍ଚଭୂତରେ ଲୀନ ହୋଇଛନ୍ତି ମିହିର । କଟକ ସତିଚଉରାରେ ଅନ୍ତ୍ୟେଷ୍ଟି କିୟା ହୋଇଛି । ପୁଅ ଅମ୍ଳାନ ଦାସ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଝିପଝିପ୍ ବର୍ଷା ହେଉଥିବା ସତ୍ତେ୍ୱ ଅନେକ ଲୋକ ଛତା ଧରି ନିଜ ପ୍ରିୟ ଅଭିନେତାଙ୍କୁ ଟିକେ ଦେଖିବାକୁ ଗହଳି କରିଥିବା ଦେଖିବାକୁ ମିଳିଛି ।

ମିହିରଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ସତୀଚୌରା ଶ୍ମଶାନ। ବିଶିଷ୍ଟ ରାଜନେତା, ଫିଲ୍ମ ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମ ସ୍ତେ ଶେଷ ଥର ପାଇଁ ଏହି ଭେଟରାନ ଆକ୍ଟରଙ୍କୁ ଦେଖିବାକୁ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିଲେ। ଶୋକାକୂଳ ପରିବେଶରେ ଫାଟି ପଡ଼ିଥିଲା ପୂରା ପରିବେଶ।
ଅନ୍ୟପକ୍ଷରେ ବାପାଙ୍କୁ ମୁଖାଗ୍ନି ଦେଇ ଭାଙ୍ଗି ପଡ଼ିଛନ୍ତି ପୁଅ ଅମ୍ଲାନ । ପ୍ରଥମେ ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିବା ପରେ ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମ ସ୍ଥାନକୁ ନିଆଯାଇଥିଲା ମିହିର ଦାସଙ୍କ ପାର୍ଥିବ ଶରୀର ।
ଦୀର୍ଘ ବର୍ଷ ଧରି କିଡନି ରୋଗରେ ପୀଡ଼ିତ ଥିବା ମିହିର ଦାସ ମାସେ ତଳେ ଗୁରୁତର ହୋଇପଡ଼ିଥିଲେ। ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଆଇସିୟୁରେ ଥିଲେ। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଏକାଧିକ ଅଙ୍ଗ ଅକାମୀ ହୋଇଯିବାରୁ ଗତକାଲି ଅପରାହ୍ଣ ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିଲା। ମାତ୍ର ୬୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଅଭିନେତା ମିହିର ଦାସ।
ଅନ୍ୟପଟେ ଓଲିଉଡ ଅଭିନେତା ଶ୍ରୀତମ ଦାସ ଦାବି କରିଛନ୍ତି ଯେ, ମିହିର ଦାସଙ୍କ ସମ୍ମାନରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଉ । ତା ସହିତ କଟକ ସହରର ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରାଯାଉ ।












Click it and Unblock the Notifications