ପଞ୍ଚଭୂତରେ ଲୀନ ହେଲା ସୂର୍ଯ୍ୟ ପାତ୍ର, ଦିଗପହଣ୍ଡିରେ ହେଲା ଅନ୍ତିମ ସଂସ୍କାର
ଦିଗପହଣ୍ଡି: ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଦିଗପହଣ୍ଡିରେ ସମ୍ପର୍ଣ୍ଣ ହେଲା ଅନ୍ତିମ ସଂସ୍କାର । ମୁଖାଗ୍ନୀ ଦେଲେ ପୁଅ ବିପ୍ଲବ ପାତ୍ର । ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେପଟେ ପ୍ରିୟନେତାଙ୍କୁ ବିଦାୟ ଜଣାଇଲେ ଦିଗପହଣ୍ଡିବାସୀ ।

ଆଜି ଦିଗପହଣ୍ଡିରେ ପଥପ୍ରାନ୍ତ ନିକଟରୁ ବିଶାଳ ଶୋଭାଯାତ୍ରାରେ ସୂର୍ଯ୍ୟଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଥିଲା । ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଛନ୍ତି । କପାମଣ୍ଡି ନିକଟ ପଢ଼ିଆରେ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା ।
ଗତକାଲି ୭୪ ବର୍ଷ ବୟସରେ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ପରେ ଆଜି ସକାଳେ ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଭିନ୍ନ ଦଳର ବିଧାୟକ, ବିଧାନସଭା କାର୍ଯ୍ୟାଳୟର କର୍ମଚାରୀ ତାଙ୍କୁ ଶ୍ରଦ୍ଧାସୁମନ ଦେଇଥିଲେ । ଶୋକାକୂଳ ପରିବେଶରେ ସମସ୍ତେ ସୂର୍ଯ୍ୟପାତ୍ରଙ୍କୁ ବିଧାନସଭା ପରିସରରୁ ବିଦାୟ ଦେଇଥିଲେ ।












Click it and Unblock the Notifications