Get Updates
Get notified of breaking news, exclusive insights, and must-see stories!

Republic Day 2024: ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ, ରିହର୍ସଲରେ ୫୦ରୁ ଅଧିକ କଣ୍ଟିଜେଣ୍ଟ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ ହୋଇଛି । ପରେଡ ରିହର୍ସଲରେ ୫୦ରୁ ଅଧିକ କଣ୍ଟିଜେଣ୍ଟ ସାମିଲ ହୋଇଛନ୍ତି । ୪ଟି ସାଂସ୍କୃତିକ ଦଳ ମଧ୍ୟ ନିଜ ନିଜ ପୋଷାକ ପିନ୍ଧି ପରେଡରେ ସାମିଲ ହୋଇଛନ୍ତି । ଏଥର ପରେଡର ନେତୃତ୍ୱ ନେବେ ଆଇପିଏସ- ଏ.ବି ଶିଳ୍ପା । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପୋଲିସ ବ୍ୟାଣ୍ଡ୍ ପରେଡରେ ଭାଗ ନେଇଛନ୍ତି ।

ଜାନୁଆରୀ ୨୬ରେ ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିବାକୁ ଯାଉଛି । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗାନ୍ଧି ମାର୍ଗରେ ଫୁଲ ଡ୍ରେସ୍ ରିହର୍ସେଲ ହୋଇଛି । ଏଥର ଆଇପିଏସ୍ ଅଫିସର ଏ ବି ଶିଳ୍ପା ପରେଡର ନେତୃତ୍ବ ନେଇଛନ୍ତି ।

Republic Day

ଏଥର ପରେଡରେ ୬୪ କଣ୍ଟିଜେଣ୍ଟ ଭାଗନେବେ । ଆଇଟିବିପି , ସିଆରପିଏଫ୍, ବିଏସଏଫ୍ , ଫାୟାର୍ , ଓଡ୍ରାଫ୍ , ଓଡିଶା ହୋମଗାର୍ଡ , ସୈନିକ ସ୍କୁଲ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗନେବେ। ତାସହ ୪ଟି ସାଂସ୍କୃତିକ ଦଳ ଏହି ରିହର୍ସେଲରେ ସାମିଲ ହୋଇଛନ୍ତି। ପଡୋଶୀ ରାଜ୍ୟ ସହ ଉତ୍ତମ ସମନ୍ବୟ ଏବଂ ଯୋଗସୂତ୍ର ରକ୍ଷା ପାଇଁ ଝାଡଖଣ୍ଡ ପୁଲିସ ପରେଡରେ ଯୋଗଦେବ । ଏଥିପାଇଁ ସମ୍ପୂର୍ଣ୍ଣ ଗାନ୍ଧି ମାର୍ଗ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ।

ବିଶ୍ଵ ଦେଖିବ ଓଡ଼ିଶାର କଳା । ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଆଜି ଓଡ଼ିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ୨୦୨୪ ପ୍ରଜ୍ଞାପନ ମେଢ ପାଇଁ ଚଳିତ ବର୍ଷର ଅନ୍ୟତମ ବିଷୟବସ୍ତୁ 'ବିକଶିତ ଭାରତ'କୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ ଅନୁଷ୍ଠିତ ଚୂଡ଼ାନ୍ତ ଅଭ୍ୟାସ ପ୍ୟାରେଡରେ ଭାଗ ନେଇଛି ।

ସେହିପରି ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ନାରୀଶକ୍ତି କୈନ୍ଦ୍ରିକ ହୋଇଥିବାରୁ ଓଡ଼ିଶାର ପ୍ରଜ୍ଞାପନ ମେଢରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+