Get Updates
Get notified of breaking news, exclusive insights, and must-see stories!

ସୂର୍ଯ୍ୟକିରଣ ଶୋ’ ପାଇଁ ଫୁଲଡ୍ରେସ ରିହର୍ସଲ: କାଲି କମ୍ପିବ ଭୁବନେଶ୍ୱର ବାଲିଯାତ୍ରା ପଡିଆ

ଆସନ୍ତାକାଲି ହେବାକୁ ଥିବା ସୂର୍ଯ୍ୟକିରଣ ଆଜି ଶୋ’ ପାଇଁ ଫୁଲଡ୍ରେସ ରିହର୍ସଲ କରିଛି ବାୟୁସେନା । ବାୟୁସେନାର ବରିଷ୍ଠ ଅଧିକାରୀ ଓ ଡିସିପି କୁଆଖାଇ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ସୂର୍ଯ୍ୟକିରଣ ଶୋ' ପାଇଁ ଆଜି ଫୁଲଡ୍ରେସ ରିହର୍ସଲ କରିଛି ଭାରତୀୟ ବାୟୁସେନା । ବାୟୁସେନାର ବରିଷ୍ଠ ଅଧିକାରୀ ଓ ଡିସିପି କୁଆଖାଇ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ସୂର୍ଯ୍ୟକିରଣ ଏୟାର ଶୋ' ୧୮ରୁ ୨୦ ମିନିଟ୍ ବିଶିଷ୍ଟ ହେବ । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍ଚରେ ବାୟୁସେନା ତା'ର କଳା ପ୍ରଦର୍ଶନ କରିବ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ବାୟୁସେନାର ୧୧ ହକ ବିମାନ ।

Suryakiran Air Show

ପ୍ରଥମ ପର୍ଯ୍ୟାୟରେ ଏକକାଳୀନ ୯ଟି ବିମାନ ଉଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏଁ ବିମାନ ଘଣ୍ଟାପ୍ରତି ୧୬୦୦ କିଲୋମିଟର ବେଗରେ ୨୦୦ରୁ ୩୦୦ ଫୁଟ୍ ଉଚ୍ଚରେ କୌଶଳ ଦେଖାଇବେ । ଆସନ୍ତାକାଲି ଦିନ ୧୦ଟାରୁ ୧୧ଟା ଭିତରେ ସୂର୍ଯ୍ୟକରଣ ଶୋ' ପ୍ରଦର୍ଶନ ହେବ । ଏହି ଶୋ'ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବ । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟପାଳ ଗଣେଶ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି ।

ସେହିପରି ପୁରୀ ରାଜଭବନ ପଛ ପାର୍ଶ୍ବ ବେଳାଭୂମିରେ ୧୮ ତାରିଖରେ ହେବ ଏୟାର ଶୋ' । ଏଥିପାଇଁ ବାୟୁ ସେନାର ପାଇଲଟ ମାନେ ମ୍ୟାପିଂ, ଏରିଏଲ୍ ରେକିଂ କରିଛନ୍ତି । ଯାହା ସଫଳତାର ସହ ଶେଷ ହୋଇଛି । ଗତକାଲି ବାୟୁସେନାର ୩ଟି ବିମାନ ୧୫ ମିନିଟ ଧରି ସମୁଦ୍ର ପତ୍ତନ ଠାରୁ ୫୦୦ ଫୁଟ ଉପରେ ୧୫ ମିନିଟ ଧରି ଅଭ୍ୟାସ କରିଥିଲେ । ୧୭ ତାରିଖରେ ଫୁଲ ଡ୍ରେସ୍ ଅଭ୍ୟାସ ପରେ ୧୮ ତାରିଖରେ ଆକାଶ ମାର୍ଗରେ ଏହି ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବେ ବାୟୁସେନାର ୭ଟି ବିମାନ । ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏୟାର ସୋ ଆୟୋଜନ କରାଯାଉଥିବାରୁ ଉତ୍ସାହିତ ଅଛନ୍ତି ପୁରୀବାସୀ । ୧୮ ତାରିଖରେ ବ୍ଲୁ ଫ୍ଲାଗ ବିଚ୍, ନୀଳାଦ୍ରି ବିଚ୍ ଓ ଦିଗବାରିଣୀ ଛକ ସମ୍ମୁଖ ବେଳାଭୂମିରେ ଏହି ଦୁଃସାହସିକ ଏୟାର୍ ଶୋ' ଦେଖିପାରିବେ ଲୋକେ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ନିର୍ଦ୍ଦେଶକ ପ୍ରଭତ ରଞ୍ଜନ ବେଉରିଆ କହିଛନ୍ତି ଯେ, ସେହି ସମୟ ମଧ୍ୟରେ କୌଣସି ବିମାନ ସ୍ଥଗିତ ରହିବ ନାହିଁ । "ଆମେ ସମସ୍ତ ବ୍ୟବସ୍ଥା କରିଛୁ ଏବଂ ଏୟାର ଟ୍ରାଫିକ୍ ପରିଚାଳନା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ। ଆମର ପ୍ରୟାସ କେବଳ ବାଣିଜ୍ୟିକ ବିମାନର ସୁଗମ କାର୍ଯ୍ୟ ଦିଗରେ ରହିବ ବୋଲି ସେ କହିଛନ୍ତି ।

ଟ୍ୱିନ୍ ସିଟି କମିଶନରେଟ୍ ପୋଲିସ୍ ଦ୍ବାରା ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାରଣ ପ୍ରାୟ ୧୨୦୦ ଲୋକ ଏହି ଏୟାର ଶୋ' ଦେଖିବେ ବୋଲି ଆଶା କରାଯାଉଛି। ବାଲିଯାତ୍ରା ଗ୍ରାଉଣ୍ଡରେ ୧୦୦ ରୁ ଅଧିକ ବରିଷ୍ଠ ପୋଲିସ୍ ଅଫିରଙ୍କ ସମେତ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି । ଏୟାର ମାର୍ଶଲ ଡି.କେ ପଟ୍ଟନାୟକ, ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ମଧ୍ୟ ଏହି ଏୟାର ସୋ'ରେ ଯୋଗଦେବେ। ସେ ରାଜ୍ୟରେ ଉଭୟ ଏୟାର ଶୋ' ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+