ସାଧାରଣତନ୍ତ୍ର ଦିବସ: ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସରେ ରିହର୍ସଲ
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ ରିହର୍ସଲ । କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି ପରେଡ଼୍।
ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ ରିହର୍ସଲ । କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି ପରେଡ଼୍। ସମସ୍ତ ଟ୍ରୁଫ୍ ସଦସ୍ୟଙ୍କ କୋଭିଡ୍ ଆରଟିପିସିଆର ନେଗେଟିଭ୍ ଆସିବା ପରେ ପରେଡରେ ଭାଗ ନେଇଛନ୍ତି । ପୋଲିସ ଡିଜି ସୁନିଲ୍ ବଂଶଲ ଆଜିର ଫୁଲ ଡ୍ରେସ ରିହର୍ସଲକୁ ନୀରକ୍ଷଣ କରିଥିଲେ । ଏଥର ପରେଡ଼ରେ 10 ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିରେ 3 ଟି ବ୍ରାସ ବ୍ରାଣ୍ଡ ସହ 8ଟି ପୋଲିସ କଣ୍ଟିଜେଣ୍ଟ ଭାଗ୍ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିଏସଏଫ ପରେଡରେ ଭାଗ ନେଉଛି ।

କୋଭିଡ଼ କଟକଣା ପାଇଁ ସିଭିଲ୍ ଏବଂ କଲେଜ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପେରେଡ଼ରୁ ବାଦ୍ କରାଯାଇଛି। ଅନ୍ୟପଟେ ପେରେଡ଼ରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ରାଜ୍ୟପଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ। ସମ୍ମାନିତ ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ତେବେ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏହାସହ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୁର୍ଣ୍ଣ ଗାନ୍ଧୀମାର୍ଗ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ । ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ।













Click it and Unblock the Notifications