ରାଜ୍ୟସ୍ତରୀୟ ପରେଡ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ
Independence Day 2024: ଆଉ ଗୋଟିଏ ଦିନ ପରେ ସାରା ଦେଶରେ ପାଳନ କରାଯିବ ୭୮ ତମ ସ୍ୱାଧୀନତା ଦିବସ । ତେବେ ମଧ୍ୟ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଯେଉଁଥି ପାଇଁ ଆଜି ଫୁଲ୍ ଡ୍ରେସ ରିହରସଲ କରାଯାଇଛି । ଏଥର ୫୯ ଜଣ କଣ୍ଟଜେଣ୍ଟ ରାଜ୍ୟସ୍ତରୀୟ ପରେଡରେ ଯୋଗ ଦେବା ନେଇ ସୂଚନା ରହିଛି ।

ସେହିପରି ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସଏଫ୍, ଟ୍ରାଫିକ୍, ବିଏଏସଏଫ୍, ଅଗ୍ନିଶମ ବାହିନୀ, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ଯୋଗ ଦେବା ନେଇ ସୂଚନା ରହିଛି । ପରେଡକୁ କମାଣ୍ତ କରିବେ IPS ଅମ୍ରିତ ପାଲ୍ କର । ସେହିପରି ଏଥର ଇଣ୍ତୋ ତିବତୀୟାନ ବର୍ଡର ପୋଲିସ ଏବଂ ଛତିଶଗଡ଼ ଷ୍ଟେଟ୍ ଆର୍ମ ପୋଲିସ ଯୋଗ ଦେବେ । ଯାହାଦ୍ୱାରା ଉଭୟ ରାଜ୍ୟ ସହ ଓଡ଼ିଶା ସମ୍ପର୍କ ମଜବୁତ ହେବ । ଅଗଷ୍ଟ ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦବୋଧନ ଦେବେ ।












Click it and Unblock the Notifications