କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ, ରାଜ୍ୟରେ ବିଭିନ୍ନ ସମସ୍ୟା ବିଷୟରେ ହୋଇପାରେ ଆଲୋଚନା

କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ଏହି ପର୍ଯ୍ୟାୟ ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ହେବ ନା ସ୍ୱାଭାବିକ ହୋଇ ଚାଲିବ ତା ଉପରେ ରହିଛି ସମସ୍ତଙ୍କ ନଜର। ୨୪ ବର୍ଷ ପରେ ବିଧାନସଭାର ଚିତ୍ର ବଦଳିଥିଲା। ବିରୋଧୀ ଆସନରେ ପ୍ରଥମ ଥର ପାଇଁ ବସିଥିଲା ବିଜେଡି ଆଉ ଶାସକ ଦଳ ଆସନରେ ବସିଥିଲା ବିଜେପି। ହେଲେ, ଗୃହ ଭିତରର ଦୃଶ୍ୟପଟ୍ଟ ବଦଳିନଥିଲା। ବିଧାୟକମାନେ ହୋହାଲ୍ଲା ନାରାବାଜି, ପୋଡିୟମ ଉପରେ ଚଢ଼ିବା ଭଳି ଘଟଣା ଦେଖିବାକୁ ମିଳିଥିଲା।

ଆଲୋଚନା କମ୍ ହେଉଥିଲା, କୋଳାହଳ ବେଶୀ ଥିଲା। ଯାହାଫଳରେ ଲୋକଙ୍କ ପ୍ରସଙ୍ଗ ଗୌଣ ହୋଇଯାଇଥିଲା। ଲୋକେ ବିଧାୟକଙ୍କୁ ନିର୍ବାଚିତ କରି ବିଧାନସଭାକୁ ପଠାଇଥିବା ବି ନିଜ ନିର୍ବାଚନମଣ୍ଡଳୀର ପ୍ରସଙ୍ଗ ଉଠାଇ ପାରିନଥିଲେ। ତେଣୁ ଏଥର ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନରେ ଲୋକଙ୍କ ପ୍ରସଙ୍ଗ ଉଠିବ ନା ହୋହାଲ୍ଳାରେ ଶେଷ ହୋଇଯିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

odisha assembly

ଏଥର ସବୁ ରାଜନୈତିକ ଦଳ ସ୍ୱତନ୍ତ୍ର ରଣନୀତି କରିଛନ୍ତି। ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଜୋରଦାର କାଉଁଣ୍ଟର କରିବାକୁ ଶାସକ ଦଳ ମଧ୍ୟ ତୟାର ହୋଇଛି।

ତେବେ ବିଧାନସଭା ସ୍ୱାଭାବିକ ଭାବେ ଚାଲୁଛି, ନା ହଙ୍ଗାମା ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+