ଆସନ୍ତାକାଲିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ହେବ ଆରମ୍ଭ
ଆସନ୍ତାକାଲିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ ହେବ । ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ କରାଯିବ । ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ ହେବ ।
ଗରୁଡ଼ ସ୍ତମ୍ଭ ପାଖରେ ଲୁହା ଭାରା ବନ୍ଧାଯିବ । ତେବେ କେଉଁ ନୀତି ପରେ କେତେ ସମୟ ପାଇଁ କାମ ଚାଲିବ ସେ ନେଇ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।
ଏନେଇ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ତେବେ ନାଟମଣ୍ତପ ମରାମତି କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ ହାଇକୋର୍ଟ ଏଏସଆଇ ଉପରେ ଅସନ୍ତୋଷ ଝାଡିଥିଲେ ।

ସୂଚନା ଅନୁସାରେ, ଦୈନିକ ୬ ଘଣ୍ଟା ଲେଖାଏଁ କାମ ହେବ ଏବଂ ୧୨୦ ଦିନ ପର୍ଯ୍ୟନ୍ତ କାମ ଚାଲିବ ବୋଲି ସୁପରିଟେଣ୍ତିଂ ଆର୍କିଓଲୋଜିଷ୍ଟ ସୂଚନା ଦେଇଛନ୍ତି ।
ଏହା ସହ ପ୍ରତି ୧୫ ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ମାସ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ । ଏହା ସହ ପ୍ରତି ୧୫ ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ଡିସେମ୍ବର ମାସ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ ।












Click it and Unblock the Notifications