ଆସନ୍ତାକାଲିଠୁ ଯୁକ୍ତଦୁଇ ପରୀକ୍ଷା:ଏଣେ ଆଜି ବି ଧାରଣା ଦେଇଛନ୍ତି ଅଧ୍ୟାପକ
ରାତି ପାହିଲେ ଯୁକ୍ତଦୁଇ ପରୀକ୍ଷା ହେଲେ ଏବେ ବି ଧାରଣ ଦେଇଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ । ପ୍ରାୟ ୫ ହଜାର ଅଧ୍ୟାପକ ଯୁକ୍ତ ୨ ପରୀକ୍ଷାରେ ସହଯୋଗ ନ କରିବାର ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ୱର: ରାତି ପାହିଲେ ଯୁକ୍ତଦୁଇ ପରୀକ୍ଷା ହେଲେ ଏବେ ବି ଧାରଣ ଦେଇଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ । ପ୍ରାୟ ୫ ହଜାର ଅଧ୍ୟାପକ ଯୁକ୍ତ ୨ ପରୀକ୍ଷାରେ ସହଯୋଗ ନ କରିବାର ନିଷ୍ପତ୍ତି ନେଇଛନ୍ତି । ଯାହା ବଢାଇଛି ସରକାରଙ୍କ ଚିନ୍ତା । ସେପଟେ ଆଲୋଚନା ଏବଂ ସମଧାନର ବାଟ ଖୋଜିବା ପରିବର୍ତ୍ତେ ବର୍ତ୍ତମାନ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଆନ୍ଦୋଳନରୁ ଓହରି ଯିବା ପାଇଁ ଗଣ ଶିକ୍ଷାମନ୍ତ୍ରୀ ନିବେଦନ କରିଛନ୍ତି । ହେଲେ ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହେବ ସେ ପର୍ଯ୍ୟନ୍ତ ସେ ପରୀକ୍ଷାରେ ସାମିଲ ହେବ ନାହିଁ ବୋଲି କହିଛନ୍ତି ଧାରଣା ଦେଇଥିବା ଶିକ୍ଷକ । ସୂଚନାଥାଉ ଯେ, ଅଧ୍ୟାପକମାନଙ୍କ ବିକ୍ଷୋଭକୁ ୧୬ଦିନ ବିତିଯାଇଛି । ଏହାରି ମଧ୍ୟରେ ୩ ଥର ସମାବେଶ ପରେ ଶେଷରେ ପରୀକ୍ଷାରେ ଯୋଗ ନ ଦେବାର ନିଷ୍ପତ୍ତି ନିଆଯାଇଛି । ଆଜି ପୁଣି ଅଧ୍ୟାପକଙ୍କ ସହ ଆଲଚନା କରିପାରନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାସ ଦାସ ।
ସେପଟେ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଲେଜ ଗୁଡିକରେ ପହଞ୍ଚି ସାରିଛି ପ୍ରଶ୍ନ ପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜ ପତ୍ର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି । ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ପରୀକ୍ଷାରେ କୌଣସି ସମସ୍ୟା ସୃଷ୍ଟି ନ ହେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ ସମୟରେ ହିଁ ପରୀକ୍ଷା ଆରମ୍ଭ କରାଯିବ । ତେବେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧାନ୍ଦାମୂଳକ ବିଭାଗର ରେଗୁଲାର୍ ଏବଂ ଏକ୍ସ-ରେଗୁଲାରରେ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ପ୍ରାୟ ୧୧୪୫ଟି ପରୀକ୍ଷା କେନ୍ଦ୍ର ହୋଇଛି ଏବଂ ୯ ଦିନର ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ।
ତେବେ ଯଦି ୬୬୨ ବର୍ଗ କଲେଜର ଅଧ୍ୟାପକ ପରୀକ୍ଷା ପରିଚାଳନାରେ ଯୋଗ ନ ଦିଅନ୍ତି କେବେ ନିକଟସ୍ଥ ସରକାରୀ ଏବଂ ଅନ୍ୟାନ୍ୟ ବେସରକାରୀ କଲେଜ ଅଧ୍ୟାପକ, କଲେଜର କ୍ଲର୍କ, ଲାଇବ୍ରେରିଆନ୍, ପିଇଟି ଏବଂ ଆବଶ୍ୟକ ପଡିଲେ ନିକଟସ୍ଥ ହାଇସ୍କୁଲ ଶିକ୍ଷକଙ୍କୁ ମଧ୍ୟ ପରୀକ୍ଷା ପରିଚାଳନାରେ ସାମିଲ କରାଯାଇ ପାରେ ବୋଲି ସୂଚନା ରହିଛି ।












Click it and Unblock the Notifications