ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା, ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ
ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି l ଆଜି ଓ ଆସନ୍ତା କାଲି ୨ ଦିନ ମହିମା ସାଧୁ ସନ୍ଥଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଆଜି ମାଘ ଚତୁର୍ଦ୍ଦଶୀ ରେ ମହିମା ଧର୍ମ ର ମୁଖ୍ୟ ଗୁରୁ ଅଲେଖ ଗୋସେଇଁ ଙ୍କ ଦେହତ୍ୟାଗ ହୋଇଥିଲା l ତେଣୁ ସେହି ଗୁରୁଙ୍କ ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣ ରେ ଥିବା ସାଧୁ ସନ୍ଥ ତଥା ଭକ୍ତମାନେ ଯୋରନ୍ଦା ପୀଠରେ ଏକତ୍ରିତ ହୋଈ ଗୋସାଇଁ ଙ୍କ ସମାଧି ପୀଠ ଗାଦି ମନ୍ଦିର ରେ ଘିଅ ନଡ଼ିଆ ଅଗ୍ନିରେ ସମର୍ପିତ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରନ୍ତି l ସୂର୍ଯ୍ୟସ୍ତ ପରେ ଗାଦି ମନ୍ଦିର ର ଚାରି ଦୁଆର ରେ ପିତ୍ତଳ ୧୦୮ ଝାଡ଼ବତି ପ୍ରଜ୍ବଳନ କରାଯିବ l

ଗୁରୁ ଓ ଶିଷ୍ୟଙ୍କ ଆଜି ମିଳନ ର ପର୍ବ l ଏହି ଦୁଇ ଦିନ ରେ ୧୦ ଲକ୍ଷ ଲୋକଙ୍କ ସମାଗମ କୁ ଆଖି ଆଗରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରଯାଇଛି l ୧ ତାରିଖ ଅପରାହ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି l ସେଥିପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି l ରାଜ୍ୟ ଭିତରୁ ଓ ବାହାର ରାଜ୍ୟ ରୁ ଭକ୍ତମାନେ ଆସୁଛନ୍ତି l












Click it and Unblock the Notifications