ଆଜିଠୁ ରାଜ୍ୟରେ କମିବ ଶୀତର ପ୍ରକୋପ, ବଢ଼ିବ କୁହୁଡି

ଆଜି ରାତିରୁ ଶୀତ କମିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ରାତିରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦-୧୧ ଡିଗ୍ରୀରୁ ଉପରେ ରହିପାରେ । ପୁରୀ, ଗୋପାଳପୁର, ଭଦ୍ରକରେ ୧୩ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

og

ସୋମବାରଠାରୁ ବୁଧବାର(୨୧ ତାରଖ ଯାଏ) ପୂରା ଓଡ଼ିଶାରେ ପାରଦ ଉପରମୁହାଁ ହେବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜି. ଉଦୟଗିରିରେ ସବୁଠୁ ଥଣ୍ଡା ସ୍ଥାନ ପାଲଟିଥିଲା । ଲୋକେ ପ୍ରଚଣ୍ଡ ଶୀତରେ ଥରିଥିଲେ । ଏଠାରେ ରାତି ତାପମାତ୍ରା ୨.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୫.୫, ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୭, କିରେଇ ଓ ବଲାଙ୍ଗୀରରେ ୮.୨, ଅନୁଗୁଳରେ ୮.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+