ଆଜିଠାରୁ ମଣ୍ଡିରୁ ଧାନ ଉଠାଣ ହେବ ସ୍ବାଭାବିକ, ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ହଟିଲା ମିଲର୍ସ ସଂଘ
ଏଣିକି ରାଜ୍ୟରେ ମଣ୍ଡି ସ୍ବାଭାବିକ ହେବ । ରାଜ୍ୟ ସରକାର-ମିଲର୍ସଙ୍କ ଭିତରେ ଚାଲିଥିବା ଛକାପଞ୍ଝାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଲର୍ସଙ୍କ ରହିଥିବା ୪ଟି ପ୍ରମୁଖ ଦାବି ଭିତରୁ ସରକାର ଗୋଟିଏ ଦାବି ମାନି ନେଇଛନ୍ତି । ତେବେ ଆସନ୍ତା ୧୫ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନ କଲେ ମିଲର୍ସମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ।

ମିଲର୍ସମାନଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ୩ଦିନ ହେବ ଧାନକିଣା ବନ୍ଦ ହୋଇଯାଇଛି । ଚାଷୀମାନେ ମଣ୍ଡିରେ ଧାନକୁ ଜଗି ଶୀତ କାକରରେ ପଡ଼ି ରହିଛନ୍ତି । ଅନେକ ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଗଲାଣି । ରାଜ୍ୟ ସରକାର ଓ ମିଲର୍ସଙ୍କ ଭିତରେ ହୋଇଥିବା ବୈଠକ ବିଫଳ ହେବା ପରେ ସମସ୍ୟା ଆହୁରି ବଢ଼ି ଯାଇଥିଲା। ତେବେ ଏହି ଅଚଳାବସ୍ଥାର ସମାଧାନ ହୋଇଛି।
ରାଜ୍ୟରେ ଏବେ ଧାନ ଉଠାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ ମିଲର୍ସଙ୍କ ରହିଥିବା ଦାବିକୁ ସରକାର ମାନି ନେଇଛନ୍ତି। ତେଣୁ ଧାନ ଉଠାଇବା ଲାଗି ସେମାନେ ରାଜି ହୋଇଛନ୍ତି। ପୁଣିଥରେ ଧାନ ଉଠାଣ ଆରମ୍ଭ ହୋଇସାରିଛି।












Click it and Unblock the Notifications