ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ

Odisha Weather: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ଦୁର୍ବଳ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବ-ଉତ୍ତରପୂର୍ବ ଆଡକୁ ଗତି କରି ଅବପାତ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବ । ହେଲେ ଉପକୂଳ ଜିଲ୍ଲା ଗୁଡିକରେ ଆଜି ହାଲୁକା ବର୍ଷାର ହେବାର ସମ୍ଭାବନା ରହିଛି । ତେବେ ବର୍ଷା କମିବା ସହ ପୁଣି ଫେରିବ ଶୀତ ଏହା ସହ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେବ ।

Odisha

ସୂଚନା ଅନୁସାରେ, ୬ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁ଼ଡ଼ା, କେନ୍ଦୁଝର, ହଳାହାଣ୍ତି, କନ୍ଧମାଳ ଏବଂ କୋରାପୁଟରେ ଘନ କୁହୁଡି ଦେଖାଯିବ । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ସୋମବାର ସକାଳ ଯାଏଁ ଘନ କୁହୁଡି ଦେଖାଦେବ । ସେହିପରି ଆଜିପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଉକ୍ତ ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, କୋରପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+