ଆଜିଠୁ ଆରମ୍ଭ ହେଲା ଯୁକ୍ତଦୁଇ ଖାତାଦେଖା, ମେ' ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳାଫଳ
ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଲା +2 ଖାତାଦେଖା । ଦୁଇଟି ପର୍ଯ୍ୟାୟର ହେବ ମୂଲ୍ୟାଙ୍କନ । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୩ ଯାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଖାତାଦେଖା ମେ ୭ ଯାଏ ହେବ । ମେ'୨୫ ସୁଦ୍ଧା ଟାବୁଲେସନ୍ ସାରି ମେ'୩୦ ସୁଦ୍ଧା ଫଳ ପ୍ରକାଶ ପାଇପାରେ ।
ଚଳିତ ବର୍ଷ ୬୫ଟି ଅଫଲାଇନ୍ ଏବଂ ୩୯ଟି ଅନଲାଇନ୍ କେନ୍ଦ୍ରରେ ଖାତା ଦେଖାଯିବ । ସମସ୍ତ ଖାତା ଦେଖା କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା । ଅନଲାଇନ୍ ମୋଡରେ ବିଜ୍ଞାନ,ବାଣିଜ୍ୟ ଏବଂ କଳାର ଇଂରାଜୀ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ସେହିପରି ସ୍କାନ ହୋଇଥିବା ଖାତାକୁ କୋଡ ଜରିଆରେ ମୂଲ୍ୟାୟନ କରିବେ ଅଧ୍ୟାପକ ।

ସୂଚନା ଅନୁସାରେ, ମେ'୭ ତାରିଖରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବା ପରେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହେବ । ଏହା ପରେ ମେ'ମାସ ଶେଷ ସୁଦ୍ଧା ପ୍ଲସ୍ ୨ ଫଳାଫଳ ଘୋଷଣା କରାଯାଇ ପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଥାଉ ଯେ, ଚଳିତ ବର୍ଷ ୬୫ଟି ଅଫଲାଇନ୍ ସେଣ୍ଟର ଏବଂ ୩୯ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ୬୬୨ ବର୍ଗ ଅଧ୍ୟାପକମାନେ ଏଥର ଖାତା ଦେଖାରେ ଯୋଗ ଦେବେ ଯେଉଁଥି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଅନ୍ୟପକ୍ଷରେ ଯୁକ୍ତ ଦୁଇ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ପରେ ଜୁନ-ଜୁଲାଇ ମଧ୍ୟରେ ଯୁକ୍ତ ତିନିର କ୍ଲାସ୍ ଆରମ୍ଭ ହୋଇପାରେ । ସେହିପରି ଛାତ୍ରଛାତ୍ରୀ ମାନେ ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇ ଟେକ୍ନିକାଲ୍ ପାଠ ମଧ୍ୟ ଠିକ୍ ସମୟରେ ପଢିପାରିବେ ।












Click it and Unblock the Notifications