ଆଜିଠୁ ନୂତନ ଶିକ୍ଷାବର୍ଷ ଆରମ୍ଭ, ଛାତ୍ରଛାତ୍ରୀଙ୍କୁ ମିଳିବ ଏକାଡେମିକ୍ କ୍ୟାଲେଣ୍ଡର

 school


ଭୁବନେଶ୍ୱର: ଆଜିଠାରୁ ଗଣଶିକ୍ଷା ବିଭାଗର ନୂତନ ଶିକ୍ଷାବର୍ଷ ଆରମ୍ଭ । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆରମ୍ଭ ହେବ ପାଠପଢା । ସେହିପରି ଆଜିଠୁ ଆରମ୍ଭ ହେବ ନାମ ଲେଖା ଯାହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସ୍କୁଲ ଟାଇମ ଟେବୁଲ ବଦଳାଇଯାଇଛି । ସକାଳ ୭ଟାରୁ ସାଢେ ୧୧ଟା ଯାଏଁ ସ୍କୁଲରେ ଚାଲିବ ପାଠପଢା । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସକାଳୁଆ ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନିଜ ଜିଲ୍ଲାର ସ୍କୁଲଗୁ଼ଡ଼ିକର ସମୟ ବଦଳାଇ ପାରିବେ ।

ସେହିପରି ଛାତ୍ରଛାତ୍ରୀଙ୍କୁ ମିଳିଛି ଏକାଡେମିକ୍ କ୍ୟାଲେଣ୍ଡର। ଚଳିତ ବର୍ଷ ମେ' ୫ରୁ ଜୁନ ୧୮ଯାଏ ଗ୍ରୀଷ୍ମଛୁଟିକୁ ମିଶାଇ ସର୍ବମୋଟ ମିଳିବ ୮୨ଟି ଛୁଟି ।

ଅନ୍ୟପକ୍ଷରେ ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ । ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+