ଆଜିଠୁ ସକାଳ ୮ରେ ଖୋଲିବ, ସନ୍ଧ୍ୟା ୫ରେ ବନ୍ଦ ହେବ ନନ୍ଦନକାନନ
ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁଁ ସମୟ ନିର୍ଘଣ୍ଟ ବଦଳିଛି । ପ୍ରତିବର୍ଷ ଭଳି ଶୀତଋତୁ ସାଙ୍ଗକୁ ଛୋଟଦିନ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ (ବଟାନୀକାଲ ଗାର୍ଡେନ) ଆଜିଠାରୁ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ସକାଳ ୮ଟାରୁ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି । ଏହି ନିୟମ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ। ସପ୍ତାହର ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହିବ।













Click it and Unblock the Notifications