ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା ବାର୍ତ୍ତା

ଆଜିଠୁ ଆରମ୍ଭ ହୋଇଯାଇଛି ମାଟ୍ରିକ୍ ପରୀକ୍ଷା । ଦ୍ୱିତୀୟ ସେମ୍ମେଟିଭ୍ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ । ଆଜି ପ୍ରଥମ ଦିନରେ ରହିଛି ମାତୃଭାଷା ପରୀକ୍ଷା ।

Matric Exam

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହୋଇଯାଇଛି ମାଟ୍ରିକ୍ ପରୀକ୍ଷା । ଦ୍ୱିତୀୟ ସେମ୍ମେଟିଭ୍ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୪୧ ହଜାର ୨୪୭
ଛାତ୍ରଛାତ୍ରୀ । ଆଜି ପ୍ରଥମ ଦିନରେ ରହିଛି ସାହିତ୍ୟ ପରୀକ୍ଷା । ସକାଳ ୮ ଟାରୁ ୧୦ ଯାଏ ରହିଛି ପରୀକ୍ଷା ସମୟ । ଘଣ୍ଟାଏ ପୂର୍ବରୁ
ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ । ପରୀକ୍ଷାକେନ୍ଦ୍ରକୁ ପେନ୍, ଆଡମିଟ କାର୍ଡ ଏବଂ ଜ୍ୟାମିତି ବାକ୍ସ ନେଇ ଯିବା ପାଇଁ ଅନୁମତି
ରହିଛି ।

ସେହିପରି ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବା ପାଇଁ ବାରଣ କରାଯାଇଛି ।
ମୋଟ୍ ୩ ହାଜର ୨୧୮ ପରୀକ୍ଷା ସେଣ୍ଟର ରହିଥିବା ବେଳେ ୩୧୬ଟି ନୋଡାଲ ସେଣ୍ଟର ରିହିଛି । ସେହିପରି ମୋଟ୍ ୭୪ଟି ସ୍କ୍ୱାଡ୍ ଗଠନ
କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ନେଇ ସୂଚନା ରହିଛି ।

ଦଶମ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ଲେଖିଛନ୍ତି, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ ସହ ସଫଳତା କାମନା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+