ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା, ପ୍ରତ୍ୟେକ ପରିବାର ସହ ଯୋଡ଼ି ହେବ ବିଜେଡି

ଭୁବନେଶ୍ୱର,: ଆଗ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ରାଜନୀତିକ ଦଳ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି ଏଥର ନୂଆ ରଣନୀତି ପ୍ରସ୍ତୁତ କରିଛି । ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆଜିଠାରୁ ଆରମ୍ଭ ହେବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା ଓ କର୍ମକର୍ତ୍ତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ।

bjd

ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ମତଦାତାଙ୍କ ପାଖରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖିଛି। ଏନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପ୍ରତି ପରିବାର ସହିତ ପୂର୍ବରୁ ସମ୍ପର୍କ ରହିଛି। ଏହାକୁ ଆହୁରି ନିବିଡ଼ କରିବା ସହ ପରିବାରର ଆବଶ୍ୟକତା ସମ୍ପର୍କରେ ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି। ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ସୁବିଧା ମିଳୁଛି କି ନାହିଁ, ସେ ସମ୍ପର୍କରେ ତଥ୍ୟ ନେବା ପାଇଁ ଦଳୀୟ କର୍ମକର୍ତ୍ତା ପରିବାର ପାଖରେ ପହଞ୍ଚତ୍ବେ ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିବର୍ଷ ପରି ଗତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ପଦଯାତ୍ରା କରାଯାଇଥିଲା। ତା'ପରେ ପ୍ରତି ନିର୍ବାଚନମଣ୍ଡଳୀର ୨ଶହ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା।

ପ୍ରତି ପରିବାର ସହ ସମ୍ପର୍କ ଯୋଡ଼ିବ ବିଜେଡି । ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଡିସେମ୍ବର ୨୫ ତାରିଖ ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଜନସେବା ସହ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+