ଆସନ୍ତା ଶିକ୍ଷାବର୍ଷରୁ ନବମ - ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମିଳିବ ମଧ୍ୟାହ୍ନ ଭୋଜନ, ସ୍ପଷ୍ଟ କଲେ ମନ୍ତ୍ରୀ
ଏଣିକି ମଧ୍ୟାହ୍ନ ଭୋଜନରୁ ବାଦ୍ ପଡିବେନି ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ଭଳି ଏହି ଦୁଇଟି ଶ୍ରେଣୀର ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଥିଲେ। ହେଲେ ଆଜି ଏହାକୁ ସ୍ପଷ୍ଟ କରିଛି ଗଣଶିକ୍ଷା ବିଭାଗ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀଙ୍କ କହିବା କଥା ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ରାଜ୍ୟ ସରକାର ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ।
ପୂର୍ବରୁ ୮ଟି ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ହେଲେ ଆଉ ଦୁଇଟି ଶ୍ରେଣୀର ପିଲା ଏଥିରୁ ବାଦ୍ ପଡିଯାଉଥିଲେ। ଯାହାକୁ ଆଖିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏବେ ସେମାନଙ୍କୁ ବି ମଧ୍ୟାହ୍ନ ଭୋଜନ ମିଳିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଥିଲେ।
ଯାହା ଉପରେ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏନେଇ ବଜେଟରେ ପ୍ରାବଧାନ କରାଯିବ। ଆଉ ପରେ ଆସନ୍ତା ବର୍ଷରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ଓଡ଼ିଶା ସରକାର ଏବେ 'ମିଡ୍ ଡେ ମିଲ୍' ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାର 'ମିଡ୍ ଡେ ମିଲ୍' ଯୋଜନାରେ ୯ମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ।












Click it and Unblock the Notifications