ନୂଆବର୍ଷରୁ ଶ୍ରୀମନ୍ଦିରରେ କଡ଼ାକଡ଼ି ହେବେ ନିୟମ, ଜାଣନ୍ତୁ କ'ଣ ସବୁ ହେବ ପରିବର୍ତ୍ତନ

ପୁରୀ: ଜାନୁଆରୀ ୧ ତାରିଖରୁ ନୂଆ ନିୟମ । ନୂଆବର୍ଷରେ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବ୍‌କମିଟି ବୈଠକ ଶେଷ ହୋଇଛି ।‌ ଆଉ ନୂଆବର୍ଷରୁ ବିଭିନ୍ନ ନିୟମ ଲାଗୁ ହୋଇପାରେ ।

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟୁଖା ସମ୍ପୂର୍ଣ୍ଣ ବନ୍ଦ ରହିବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ଵାରର ରାମ୍ପ୍ ବ୍ୟବସ୍ଥା କରାଯିବ ।

Jagannathtemple

ସେହିପରି ପହିଲି ଭୋଗ, ଧନୁ ସଂକ୍ରାନ୍ତି ନୀତି ଚୂଡ଼ାନ୍ତ ହୋଇଛି । ରାତ୍ର ୨ଟାରେ ଦ୍ବାର ଫିଟିବା ନେଇ ଧାର୍ଯ୍ୟ ହୋଇଛି । ୧୬ ତାରିଖ ରାତି ଓ ୩୧ ତାରିଖ ରାତିରେ ଆବଶ୍ୟକ ପଡ଼ିଲେ ରାତ୍ର ପହୁଡ଼ ହେବ ନାହିଁ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନୀତି ସବ୍‌ କମିଟି ବୈଠକ ବସିଥିଲା। ଆସନ୍ତା ୧୬ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା । ୧୫ ତାରିଖରେ ପଡୁଥିବା ଧନୁ ସଂକ୍ରାନ୍ତି ଓ ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିଲା ।

ପହିଲି ଭୋଗ ଆରମ୍ଭ ହେବା ଦିନଠାରୁ ରାତି ୨ଟାରେ ସିଂହଦ୍ଵାର ଫିଟାଯାଇ ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହେବ ବୋଲି ନିଷ୍ପତ୍ତି ହୋଇଛି । ପହିଲି ଭୋଗ ନୀତି ଚାଲିବା ସମୟରେ ନୂଆବର୍ଷ ପୂର୍ବଦିନ ୩୧ ତାରିଖ ପଡୁଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ର ପହୁଡ ହେବ ନାହିଁ ବୋଲି ବୈଠକରେ ସ୍ଥିର ହୋଇଛି ।

୧୭ ତାରିଖ ଯାତ୍ରୀ ପରିକ୍ରମା ଲୋକାର୍ପଣ ପାଇଁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଓ ଭାରତବର୍ଷର ପ୍ରମୁଖ ତୀର୍ଥ ଓ ଧର୍ମ ସ୍ଥାନରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+