ଏଥର ଏଟିଏମରୁ ଟଙ୍କା ପରି ମିଳିବ ଖାଦ୍ୟଶସ୍ୟ

From now onwards memebership card can be used for ATG ( Any Time Grain) for purposeଏଣିକି ହିତାଧିକାରୀ କାର୍ଡ଼ ବ୍ୟବହାର କରି ଏଟିଜି ଅର୍ଥାତ୍ ଏନି ଟାଇମ୍ ଗ୍ରେନ୍ ରୁ ଖାଦ୍ୟଶସ୍ୟ ପାଇପାରିବେ

ଭୁବନେଶ୍ୱର: ଏଥର ଏଟିଏମରୁ ଟଙ୍କା ପରି ଏଟିଜିରୁ ମିଳିବ ଖାଦ୍ୟଶସ୍ୟ । ଯେପରି ଏଟିଏମ୍ କାର୍ଡ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରାଯାଇ ପାରୁଛି ଠିକ୍ ସେହିପରି ଭାବେ ଏଣିକି ହିତାଧିକାରୀ କାର୍ଡ଼ ବ୍ୟବହାର କରି ଏଟିଜି ଅର୍ଥାତ୍ ଏନି ଟାଇମ୍ ଗ୍ରେନ୍ ରୁ ଖାଦ୍ୟଶସ୍ୟ ପାଇପାରିବେ । ସହରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରତ୍ୟକ ସମୟରେ ଶସ୍ୟ ଯୋଗାଣ ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ପ୍ରଥମେ ରାଜଧାନୀ ଭୁବନେଶ୍ୱରେ ଆରମ୍ଭ କରାଯିବ । ତେବେ ଖାଦ୍ୟଶସ୍ୟ ମହଜୁଦ୍ ଥିବା କିଓସ୍କ ଜରିଆରେ ଏହି ସୁବିଧା ଦିଆଯିବାର ଯୋଜନା କରାଯାଉଛି ବୋଲି ମଙ୍ଗଳବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ସୂଚନା ଦେଇଛନ୍ତି ।

ODISHA

ତେବେ ଏଟିଜି କାର୍ଡ ବ୍ୟବସ୍ଥା ସମ୍ପୁର୍ଣ୍ଣ ଡିଜିଟାଲ୍ ରହିବ। ଏହି କାର୍ଡରେ ହିତାଧିକାରୀଙ୍କ ସୂଚନା ସହ ଶସ୍ୟର ପରିମାଣ ପରିମାପକ ଏବଂ ବ୍ୟବହାର ନେଇ ବିଭାଗୀୟ ବିଚାର ଜାରି ରହିଛି । ତେବେ ଚଳିତ ଆର୍ଥିକ ବର୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୨୦୫ କୋଟି ୩୫ ଲକ୍ଷ ୪୯ ହଜାର ଟଙ୍କାର ବ୍ୟୟବରଦା ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସୂଚନା ଅନୁସାରେ ପ୍ରଶାସନିକ ବ୍ୟୟବାବଦରେ ୮୫ କୋଟି ୯୦ ଲକ୍ଷ ୬୬ ହଜାର ଓ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଅ ୧୧୧୯ କୋଟି ୪୪ ଲକ୍ଷ ୮୩ ହଜାର ଟଙ୍କାର ବ୍ୟୟବରାଦ ହୋଇଛି ।ରାଜ୍ୟର ୮୦%ଜନସଂଖ୍ୟା ସାଧାରଣ ବଣ୍ଟନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ଅଛନ୍ତି ।
ଯେଉଁ ମାନଙ୍କର ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+